jayashree

ଝରଣୀପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରଣୀପାଲି ଗ୍ରାମ ପଞ୍ଚାୟତ ରାଜୀବ ଭବନ ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସୁନୀତା ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଏବିଡିଓ ରୁଦ୍ର ପ୍ରସାଦ ସୁନା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ମିଶ୍ର ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ସମୁଦାୟ ୨୦ ଗୋଟି ଅଭିଯୋଗ ଉପରେ ଅତିଥିମାନେ ଶୁଣାଣି କରିଥିଲେ । ଗ୍ରାମ ପଞ୍ଚାୟତରେ ଝରଣୀପାଲି, କୁଦୋପାଲି, ଆଡେନଡୁଙ୍ଗୁରୀ, ଆମ୍ୱଝରଣ, ପଥରା ମୁଣ୍ଡା, କେନ୍ଦୁମୁଣ୍ଡି, ଚୁଙ୍ଗିଦାଦର, ପୋଢ଼ପାଲି, ସାଲେ ଡୁଙ୍ଗୁରୀ ଗ୍ରାମକୁ ନେଇ ପଞ୍ଚାୟତ ଗଠିତ । ଉକ୍ତ ଶିବିରରେ ଭତ୍ତା, ରାସନ୍କାର୍ଡ, ଆବାସ ଗୃହ, ଉଦ୍ୟାନ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଉନ୍ନୟନ ଓ ବନ୍ୟାରେ ବ୍ୟାପକ ବର୍ଷା ଯୋଗୁଁ ଚାଷୀଙ୍କ କ୍ଷତି ହୋଇଛି । ଯାହାକି ବାଲିଚର, ଘର ଭାଙ୍ଗିବା ଦେଖାଯାଇଛି । ଏହାର ଜରୁରୀ କାଳୀନ ତଦନ୍ତ ପୂର୍ବକ ତହସିଲଦାର ଚାଷୀ ଓ ଘର ଭାଙ୍ଗିଥିବା ଲୋକଙ୍କୁ ସହାୟତା ରାଶି ପ୍ରଦାନ ପାଇ ଅଭିଯୋଗ ହୋଇଥିଲା । ଏହା ବ୍ୟତୀତ ୩/୪ ମାସ ହେବ କେତେକ ହିତାଧିକାରୀ ବୃଦ୍ଧ, ବୃଦ୍ଧା ଭତ୍ତା ପାଇ ନ ଥିବାରୁ ଶିବିରରେ ଉତ୍ତେଜନା ଦେଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକର ଜିପିଓ ଦେବରାଜ ତାଣ୍ଡି, ବିଆର୍‌ସି ଅଂଶୁମାନ ଦେବବାବୁ, ଏଲ୍‌ଆଇ ଦେବାଶିଷ ବେହେରା, ଏଚ୍‌ଇଡବ୍ଲୁ  ନରେନ୍ଦ୍ର ପଧାନ, ଉମାଶଙ୍କର ବେହେରା, ଅଭିରାମ ସାହୁ, ସର୍ବେଶ୍ଵର ପଟେଲ, ଏପିଓ ଜଗତଜିତା ସେଠୀ, ଭି ଏଡବ୍ଲୁୁ  ବୈକୁଣ୍ଠ ଜଗତ, ସୁଶାନ୍ତ ବାଗ, ଅନିରୁଦ୍ଧ ଭୋଇ, ଜଳ ଓ ପରିମଳ ଯନ୍ତ୍ରୀ ବେଣୁଧର ସିଂହ, ଜ୍ଞାନ ରଞ୍ଜନ ସା ପ୍ରମୁଖ ଉପସ୍ଥିତ ଥିବାବେଳେ ଗ୍ରାମ ପଞ୍ଚାୟତ ପିଇଓ ରଶ୍ମି ରଂଜନ ପଧାନଙ୍କ ତତ୍ତ୍ୱାବଧାନରେ ଶିବିର ପରିଚାଳିତ ହୋଇଥିଲା । ଏହା ସହିତ ଯୋଗାଣ ସହାୟକ ସୁଶାନ୍ତ ସାହୁ, ଗାନ୍ଧୀ ସେଠ ଓ ୱାର୍ଡ ମେମ୍ବରମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.