jayashree

ଆପୋଲୋ ହସ୍ପିଟାଲ ଓ ଉମିଦ୍ ଟ୍ରଷ୍ଟର ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଆପୋଲୋ ହସ୍ପିଟାଲ ଓ ସେକ୍ଟର ୧୫ ସ୍ଥିତ ଉମିଦ୍ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଜୁମା ମସଜିଦ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଉମିଦ୍ ଟ୍ରଷ୍ଟର ସଭାପତି ଏସ୍‌ କେ ଇସ୍ତାହାର ମହମ୍ମଦ, ସାଧାରଣ ସମ୍ପାଦକ ଜାଭେଦ ଅଖତର ଓ ସମ୍ପାଦକ ସବିର ଅନୱ।ର ତଥା ହସ୍ପିଟାଲର କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ଶିବିରରେ ହସ୍ପିଟାଲର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ତାଶି କ୍ରିଷ୍ଣା, ଔଷଧ ବିଶେଷଜ୍ଞ ଡାକ୍ତର ରୋଜା ନାୟକ, ଦାନ୍ତ ଡାକ୍ତର ପୂଜା ପତି, କ୍ରିଟିକାଲ କେୟାର ଡାକ୍ତର ଚେତନ ବେଦୀ ପ୍ରମୁଖ ଯୋଗଦେଇ ପ୍ରାୟ ଦେଢ଼ଶହରୁ ଉର୍ଦ୍ଧ୍ବ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ଦେଇଥିଲେ । ଏଥିରେ ମୁଖ୍ୟତଃ ଇସିଜି, ରକ୍ତ ପରୀକ୍ଷା, ମହିଳା ମାନଙ୍କ ସମସ୍ୟା ଆଦି ସମ୍ପର୍କରେ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ହସ୍ପିଟାଲ ତରଫରୁ ଆଦିତ୍ୟ ତିୱ।ରୀ, ଉଜ୍ଜ୍ୱଳ କୁମାର, ସାଲୋନୀ ନାୟକ, ଅଫତାବ ଆସିଫ ଓ ଟ୍ରଷ୍ଟ ତରଫରୁ ଖତିବ, ମୀରାଜ, ଇମ୍ରାନ ଓ ତାହିଦ୍ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.