jayashree

କେଶବ ନଗର ଶାଖାର ବ୍ୟକ୍ତି ନିର୍ମାଣରେ ଗୁରୁଙ୍କ ଭୂମିକା ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବ ନଗର ଶାଖା ଓ ସେକ୍ଟର ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଗୁରୁପୂର୍ଣ୍ଣିମା ଉପଲକ୍ଷେ ବ୍ୟକ୍ତି ନିର୍ମାଣରେ ଗୁରୁଙ୍କ ଭୂମିକା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷୟିତ୍ରୀ ତଥା ଶାଖାର ସମ୍ପାଦିକା ସୁସ୍ମିତା ମହାପାତ୍ରଙ୍କ ସଂଯୋଜନା ଓ କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ରାଉତଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ହରମୋହନ ମିଶ୍ର, ବିଷୟ ବିଶେଷଜ୍ଞ ଭାବେ ଶିକ୍ଷାବିତ୍ ତାରିଣୀ ଚରଣ ସାହୁ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହଦେବ ମହାକୁଡ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବ୍ରଜେନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ । ବିଷୟ ବିଶେଷଜ୍ଞ ତଥା ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଚରିତ୍ର ଗଠନ, ଦେଶମାତୃକା ପ୍ରତି ସମର୍ପିତ ଭାବ, ବିଦ୍ୟାଳୟ ଓ ଗୁରୁଙ୍କ ପ୍ରତି ସମ୍ମାନବୋଧ, ଆଚରଣ ଓ ଉଚ୍ଚାରଣ ମଧ୍ୟରେ ସମନ୍ୱୟ, ସମୟକୁ ସମ୍ମାନ, ବୃକ୍ଷରୋପଣ, ପରିବେଶ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଶିକ୍ଷୟିତ୍ରୀ ସ୍ନେହଲତା ସାହୁଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ, ସଭାପତି ଶ୍ରୀ ରାଉତ ପ୍ରାକ୍ କଥନ, ଅନୁଷ୍ଠାନର ନୂତନ ସଭ୍ୟ କବି ଗୌତମ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲା ବେଳେ ଅନ୍ୟତମ ବରିଷ୍ଠ ଶିକ୍ଷୟିତ୍ରୀ ବବିତା କୁମାରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ନେହଲତା ସାହୁ, ଅନିମା ମିଶ୍ର, ପୁଷ୍ପଲତା ପ୍ରଧାନ, ଶକୁନ୍ତଳା ତ୍ରିପାଠୀ, ସ୍ୱାଗତିକା ବେହେରା, ମାହେଶ୍ୱରୀ ବେହେରା, ସୁକନ୍ୟା ପାଣ୍ଡିଆ, ଅନିମା ଲାକ୍ରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.