jayashree

ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶଙ୍କ ପିତୃ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶଙ୍କ ପିତା ବଂଶୀଧର ଦାଶଙ୍କ ୮୨ ବର୍ଷ ବୟସରେ ସ୍ଥାନୀୟ ଆପୋଲୋ ହସ୍ପିଟାଲ ଠାରେ ଚିକିତ୍ସାଧିନ ଅବସ୍ଥାରେ ବିୟୋଗ ଘଟିଛି । ସ୍ୱର୍ଗତ ଦାଶ ବାର୍ଦ୍ଧକ୍ୟ ଜନିତ ରୋଗରେ କିଛିଦିନ ହେବ ପୀଡ଼ିତ ଥାଇ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ମଧ୍ୟାହ୍ନ ପ୍ରାୟ ୧ଟା ସମୟରେ ତାଙ୍କର ବିୟୋଗ ଘଟିଥିଲା । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ଦାଶ ୧୯୪୪ ଜନ୍ମଗ୍ରହଣ କରିଥିବା ବେଳେ ୨୦୦୧ ମସିହାରେ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ପଦରୁ ଅବସର ଗ୍ରହଣ କରିଥିଲେ । ଜଣେ ଅମାୟିକ ବ୍ୟକ୍ତିତ୍ଵ ତଥା ଜଣେ ସାହିତ୍ୟିକ ଭାବେ ସେ ସୁନ୍ଦରଗଡ ତଥା ଝାଡ଼ଖଣ୍ଡ ରାଜ୍ୟରେ ପରିଚିତ ଥିଲେ । ତପସ୍ଵିନୀ ପୁସ୍ତକର ହିନ୍ଦୀ ଅନୁବାଦ ତାଙ୍କ ଦ୍ୱାରା ହୋଇ ପାଠକ ମହଲରେ ବେଶ୍ ଆଦୃତ ହୋଇଥିଲା । ତେବେ ଗତ ଦୁଇ ମାସ ତଳେ ତାଙ୍କ କନିଷ୍ଠ ପୁତ୍ର ମାନଭଞ୍ଜନଙ୍କର ପରଲୋକ ଘଟିଥିଲା । ସେବେଠାରୁ ସ୍ୱର୍ଗତ ଦାଶ ମାନସିକ ଅବସାଦରେ ଥିଲେ । ତେବେ ଆଜି ତାଙ୍କ ପରଲୋକଗତ ଖବର ପାଇ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସମାଜସେବୀ ହରିହର ରାଉତରାୟ, ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର, ବବିତା ମହାପାତ୍ର, ସମାଜସେବୀ ସୁଧୀର ସୁନ୍ଦରରାୟ, ସଂଜୀବ ମହାନ୍ତି, ଐର ମହାନ୍ତି, ଲକ୍ଷ୍ମୀଧର ନାୟକ, ରଜତ ଚୌଧୁରୀ, ପ୍ରଶାନ୍ତ ସେଠୀ, ଶୈଳେନ୍ଦ୍ର ମହାନ୍ତି, ବୈଦ୍ୟନାଥ ଦାସ, ଲଳିତ ଜେନା, ସନ୍ତୋଷ ଦାସ, ପ୍ରଦୀପ ମହନ୍ତ, ବିରେନ୍ଦ୍ର ମହାପାତ୍ର, ବସନ୍ତ ବାରିକ, ଦିପ୍ତୀରଞ୍ଜନ ମହାପାତ୍ର, ସରୋଜ ରାମମୋହନ, ଏମ୍ ରାୟଗୁରୁ, ଅନୁପମ ବିଶ୍ୱାସ, ଅରବିନ୍ଦ ସରାଫ, ଫିରୋଜ ଅହମ୍ମଦ, ଜୟନ୍ତ ମିଶ୍ର, ସଞ୍ଜୀବ ନାୟକ, ନିହାର ଦାସ, ମୀନତି ନାୟକ, ଅରବିନ୍ଦ ଦାସ, ଉପେନ୍ଦ୍ର ବଘାର,ସାଗର ଗୋଗେ, ଅଶୋକ ଦାସ, ନରହରି ଦାସ, ଅଭିଜିତ ରାୟ, ରଜତ ଚୌଧୁରୀ, ସୁଜ୍ଞାନୀ ରାୟ, ସନ୍ତୋଷ ଦାସ, ହିମାଞ୍ଚଳ ଗୌଡ଼, ସୁଶାନ୍ତ ସାହୁ, ନୀଳାଚଳ ଖଣ୍ଡୁଆଳ, କୁଞ୍ଜବିହାରୀ ରାଉତ, ସତ୍ୟବ୍ରତ ମହାନ୍ତି, କୃତ୍ତିବାସ ପଣ୍ଡା ପ୍ରମୁଖ ସ୍ୱର୍ଗତ ଦାଶଙ୍କୁ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବେଦବ୍ୟାସ ଘାଟରେ ଜ୍ୟେଷ୍ଠ ପୁତ୍ର ମନୋରଞ୍ଜନ ଦାଶ ମୁଖାଗ୍ନୀ ଦେଇଥିଲା ବେଳେ ସ୍ୱର୍ଗତ ଦାଶ ପଛରେ କନ୍ୟା ଅଜିତା, ସସ୍ମିତା, ପତ୍ନୀ ଜାହ୍ନବୀ, ଅତୁଲ, ଅମିତ୍, ଆଶୁତୋଷ, ଅପ୍ରମେୟ, ବୋହୂ ଜୟନ୍ତୀ ବେବର୍ତ୍ତା, ପଦ୍ମାଳୟା ମିଶ୍ର, ସତ୍ୟରଞ୍ଜନ ପ୍ରମୁଖଙ୍କୁ ଛାଡି ଯାଇଛନ୍ତି । ସ୍ୱର୍ଗତ ଦାଶଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳ ତଥା ସାମ୍ବାଦିକ ମହଲରେ ଶୋକ ପ୍ରକାଶ ପାଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । ସ୍ୱର୍ଗତ ଦାଶଙ୍କ ବିୟୋଗ ଖବର ପାଇ ସହରର ବିଭିନ୍ନ ବର୍ଗର ବ୍ୟକ୍ତି ଶୋକ ବାର୍ତ୍ତା ପଠାଇଛନ୍ତି ।

Leave A Reply

Your email address will not be published.