jayashree

ଧର୍ମ ପରାୟଣା ମହିଳାଙ୍କ ପରଲୋକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ଗ୍ରାମର ଧର୍ମପରାୟଣା ମହିଳା ବିଳାସ ମଞ୍ଜରୀ ପଣ୍ଡା ୭୬ ବର୍ଷ ବୟସରେ ଶନିବାର ରାତ୍ରିରେ ଶରୀର ତ୍ୟାଗ କରିଛନ୍ତି । ସେ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ଥିଲେ । ସେ କାଳୀକୃଷ୍ଣ ସଂଘର ମୁଖ୍ୟ ସଙ୍ଘ ସଭାପତି ସ୍ୱର୍ଗତ ପ୍ରହ୍ଲାଦ ପଣ୍ଡାଙ୍କ ଧର୍ମପତ୍ନୀ ଥିଲେ । ତାଙ୍କ ଅନ୍ତିମ ଶଯ୍ୟା ନିକଟରେ ପୁଅ ମନୋରଞ୍ଜନ, ଚିତ୍ତରଞ୍ଜନ, ଝିଅ, ଜ୍ୱାଇଁ, ନାତି ନାତୁଣୀ ଏବଂ ପରିବାର ବର୍ଗ ଉପସ୍ଥିତ ଥିଲେ । ଶେଷ ଯାତ୍ରାରେ ସମ୍ପର୍କୀୟ, ବନ୍ଧୁ ବାନ୍ଧବ, କାଳୀକୃଷ୍ଣ ସଂଘର କର୍ମକର୍ତ୍ତା ଏବଂ ଅନେକ ଗ୍ରାମବାସୀ ମସାଣି ଯାଏଁ ଯାଇ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ତାଙ୍କ ବିୟୋଗରେ ପରିଜନ ଏବଂ ସମ୍ପର୍କୀୟଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.