
ରାଉରକେଲା, (ସସ୍ମିତା ପ୍ରଧାନ) : ଡ.ଏ. ଏନ୍.କେ ଡିଏଭି ପବ୍ଲିକ ସ୍କୁଲରେ ଏକ ଆକର୍ଷଣୀୟ ଗ୍ରୀଷ୍ମ କାଳୀନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବମୋଟ ୨୨୦ ଜଣ ଛାତ୍ରଛାତ୍ରୀ ନିଜର କଳା କୁଶଳତା ଏବଂ କ୍ରୀଡା କୌଶଳ ଶିକ୍ଷା ଲାଭ କରିଥିଲେ । ଉଦଯାପନୀ ଦିବସରେ ବିଭିନ୍ନ ପ୍ରକାର ଖେଳ, ଚିତ୍ରକଳା, ନୃତ୍ୟ, ବିଦେଶୀ ଭାଷା ଶିକ୍ଷା (ସ୍ପେନିସ), ରୋବୋଟିକ, ବିଜ୍ଞାନ କୌତୁକ, ଇତ୍ୟାଦି ଉପରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଉତ୍ତମ କଳା କୌଶଳ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲର ଅଧକ୍ଷ ଲୋକନାଥ ପ୍ରଧାନ ତଥା ସମସ୍ତ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସମସ୍ତ ପ୍ରଶିକ୍ଷକ ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ । ସହ ସଂଯୋଜକ ବିଜୟ କୁମାର ମିଶ୍ର, ଖେଳ ଶିକ୍ଷକ ଦୁଷ୍ମନ୍ତ ବେହେରା ଏବଂ ବରିଷ୍ଠ ଶିକ୍ଷକ ପ୍ରବୀର କୁମାର ମିଶ୍ର, ଜ୍ୟୋତ୍ସ୍ନା ମିଶ୍ର, ଅରିଜିତା ଦାଶଗୁପ୍ତା ସମସ୍ତ ଦାୟିତ୍ୱ ନେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।