csstore

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଜଗଦାର ସମ୍ବର୍ଦ୍ଧନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷା ବିକାଶ ସମିତି ଓଡିଶା ପରିଚାଳିତ ଜଗଦା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିକ୍ଷାବର୍ଷ ୨୦୨୫-୨୬ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୂର୍ଯ୍ୟନାରାୟଣ ଦାଶଙ୍କ ସଭାପତିତ୍ୱ ଓ ସମ୍ପାଦକ ବୈଷ୍ଣବ ଚରଣ ମହାପ୍ରଭୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ରା ସିଆର୍‌ସିସି ପୁଷ୍ପାଞ୍ଜଳି ବାରିକ, ବିଜେପି ରାଜ୍ୟ ମୁଖପାତ୍ର ଧୀରେନ କୁମାର ସେନାପତି, ପରିଚାଳନା ସମିତିର ସଭାପତି ଡା. ସାମନ୍ତ କୁମାର ସାହୁ, ଉପସଭାପତି ସନ୍ତୋଷ କୁମାର ନାୟକ, ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ, ସହ ସମ୍ପାଦକ କୃପାସିନ୍ଧୁ ବେହୁରିଆ, କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ପତି, ସଦସ୍ୟା ଆରତୀ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଆଶ୍ରିବଚନ ସହ ଉତ୍ସାହିତ କରିଥିଲେ । ସୂଚନାଯୋଗ୍ୟ ଯେ, ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ରୀ ସୁଶ୍ରୀ ଜିଗ୍ନା ନାୟକ, ସୁଶ୍ରୀ ସ୍ୱାତୀ ଧନୱ।ର, ସୁଶ୍ରୀ ସିମରନ ମିଶ୍ର, ଆୟୁଷ ମାହାତୋ ପ୍ରମୁଖ ୯୦ ପ୍ରତିଶତରୁ ଅଧିକ ମାର୍କ ତଥା ପ୍ରାଦେଶିକ ମେଧା ପରୀକ୍ଷାରେ ରାଜ୍ୟ ସ୍ତରରେ ଅକ୍ଷତା ସାମଲ, ସୁବୋଧ ରଞ୍ଜନ ମହାପାତ୍ରଙ୍କୁ ଅତିଥିମାନେ ଆର୍ଥିକ ପୁରସ୍କାର ସହ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଛାତ୍ରଛାତ୍ରୀମାନେ ସେମାନଙ୍କ ବକ୍ତବ୍ୟରେ ସଫଳତାର ଶ୍ରେୟ ଗୁରୁଜୀ ଗୁରୁମା, ପିତାମାତାଙ୍କୁ ଦେବାସହ ଶିକ୍ଷା ପ୍ରତି ପ୍ରତିବଦ୍ଧତା ଓ ଆତ୍ମବିଶ୍ଵାସ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ସାମାଜିକ ଅନୁଷ୍ଠାନ ତରଫରୁ ବନ୍ଦିତା ମାହତୋ, ସ୍ନେହଲତା ଗନ୍ତାଘରିଆ, ଛବିରାଣୀ ପାତ୍ର, ଭାରତୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ସଭାପତି ତଥା ଅନ୍ୟାନ୍ୟ ଅତିଥିଗଣ ସେମାନଙ୍କ ବକ୍ତବ୍ୟରେ ସୁସ୍ଥ ସମାଜ ଗଠନ, ଚରିତ୍ର, ଶିକ୍ଷା, ଉତ୍ତମ ମାର୍ଗଦର୍ଶନ, ନିରବଚ୍ଛିନ୍ନ ପ୍ରୟାସ, କଠିନ ପରିଶ୍ରମ ସଫଳତାର ଚାବିକାଠି ବୋଲି ମତ ରଖିଥିଲେ । ଗୁରୁଜୀ କାଶିନାଥ ପାଢ଼ୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ସହ ସମ୍ପାଦକ ଶ୍ରୀ ବେହୁରିଆ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.