csstore

ଗୁଣ୍ଡୁଚି ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସ୍ୱେଚ୍ଛାସେବୀ ସେବାଧର୍ମୀ ଅନୁଷ୍ଠାନ ଗୁଣ୍ଡୁଚି ପକ୍ଷରୁ ଗରିବ ଲୋକଙ୍କ ପାଇଁ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ବାସନ୍ତୀ କଲୋନୀ ସ୍ଥିତ ଅତିଥି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରକ୍ତଚାପ, ମଧୁମେହ, ଇସିଜି ଆଦି ପରୀକ୍ଷାମାନ କରାଯାଇଥିଲା । ଭୁବନେଶ୍ୱର ଆମ୍ରି ହସ୍ପିଟାଲରୁ ଆସିଥିବା ଡା. ବିଭୁଦତ୍ତ ବେହେରା ଓ ୬ ଜଣ ସ୍ୱାସ୍ଥ୍ୟ ସହକର୍ମୀମାନେ ରୋଗୀମାନଙ୍କର ପରୀକ୍ଷା କରି ରିର୍ପୋଟ ପ୍ରଦାନ କରିଥିଲେ । ଉକ୍ତ ଶିବିରରେ ୧୦୭ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଅବସରରେ ଗୁଣ୍ଡୁଚିର ସଭାପତି ଭଗବାନ ରାଉତ ଓ ସାଧାରଣ ସମ୍ପାଦକ କୁମୁଦ ରଞ୍ଜନ ମହାନ୍ତି, ଡା. ବେହେରା ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଅମୁଲ୍ୟ ମିଶ୍ର, ପ୍ରଫେସର ଜେ.କେ. ରାଓ, ରାଜୀବ ଲୋଚନ ବେହେରା, ଗଗନ ରାଉତ, ଭରତ ଧଳ, ସତ୍ୟଜିତ ସୂତାର, ଅମୀୟ ଶତପଥୀ, ସୁବାସ ସାମଲ, ବୁଲୁ ପରିଡ଼ା, ରଞ୍ଜନ ଦିକ୍ଷୀତ, କୁଞ୍ଜ ପ୍ରଧା‌ନ, ଗୋପବନ୍ଧୁ ପାଣିଗ୍ରାହୀ, ସରୋଜ ପାତ୍ର, ଯୁଧିଷ୍ଠିର ପଣ୍ଡା, ପୁର୍ଣ୍ଣଚନ୍ଦ୍ର ପଲାଇ, ରାଧାକୃଷ୍ଣ ମିଶ୍ର ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.