pakka

କଦଳୀଝରନ ଗ୍ରାମରୁ ବିପୁଳ ପରିମାଣରେ କାଠ ଗଣ୍ଡି ସହ ଗୋଟିଏ ୪୦୭ ଗାଡି ଜବତ କଲା ବନ ବିଭାଗ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ ରେଂଜର କଦଳୀଝରନ ଗ୍ରାମରୁ ବିପୁଳ ପରିମାଣରେ କାଠ ଗଣ୍ଡି ସହ ଗୋଟିଏ ୪୦୭ ଗାଡି ଜବତ କରିଛି ବନ ବିଭାଗ ବୋଲି ସୂଚନା ଦେଇଛନ୍ତି ଡିଏଫ୍‌ଓ ନିତିଶ କୁମାର । ସୂଚନା ଅନୁସାରେ ପାଟଣାଗଡ ରେଂଜର କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ କଦଳୀଝରନ ଗ୍ରାମରୁ ବିପୁଳ ପରିମାଣରେ କାଠ ଗଣ୍ଡି ସହ ଗୋଟିଏ ୪୦୭ ଗାଡି ଜବତ କରିଥିଲେ । ଜବତ ଗାଡି ନମ୍ବର ହେଉଛି ୧୫ବି୬୧୧୮ । ତେବେ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ମଧ୍ୟ ଜାରି ରହିଥିବା ନେଇ ସୂଚନାରେ କୁହାଯାଇଛି ।

jay balangir
Leave A Reply

Your email address will not be published.

three − 3 =