pakka

ବଡବନ୍ଧ ପ୍ରାଥମିକ ସ୍କୁଲର ହୀରକ ଜୟନ୍ତୀ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ସ୍ଥିତ ପ୍ରାଥମିକ ସ୍କୁଲର ହୀରକ ଜୟନ୍ତୀ ପାଳନ ପାଇଁ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପ୍ରଧାନଙ୍କ ଉପସ୍ଥିତିରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଆସନ୍ତା ଅକ୍ଟୋବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଜୟନ୍ତୀ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ ସ୍କୁଲ ପକ୍ଷରୁ ଏକ ସ୍ମରଣିକା ପ୍ରକାଶିତ ହେବ ବୋଲି ଜୟନ୍ତୀ ପାଳନ କମିଟି ସମ୍ପାଦକ ବିଶ୍ୱନାଥ ପୁରୋହିତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

three × 1 =