mahavir

ଆୟୁର୍ବେଦ ମହାବିଦ୍ୟାଳୟ ପକ୍ଷରୁ ପଞ୍ଚଦିବସୀୟ ନିଃଶୁଳ୍କ ଚିକିତ୍ସା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ବୈଶାଖ ମେଳା ଅବସରରେ ପାଇକମାଲ ଶ୍ରୀଶ୍ରୀ ନୃସିଂହନାଥ ଆୟୁର୍ବେଦ ମହା ବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏକ ପଞ୍ଚଦିବସୀୟ ନିଃଶୁଳ୍କ ଚିକିତ୍ସା ଆୟୋଜକ କରାଯାଇଥିଲା । ପାଇକମାଲ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସିହ୍ନାଙ୍କ କରକମଳରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼. ଜଗବନ୍ଧୁ ମିଶ୍ର ଓ ଉପାଧ୍ୟକ୍ଷ ପ୍ରଫେସର ଡ଼. ଅଭିରାମ ଠାକୁରଙ୍କ ଉପସ୍ଥିତରେ ଏହି ଶିବିର ଉଦଘାଟିତ ହୋଇଥିଲା । ଏହି ଶିବିରରେ ମହା ବିଦ୍ୟାଳୟର ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ନିଃଶୁଳ୍କ ଚିକିତ୍ସା ପ୍ରଦାନ କରିବା ସହ ନିଃଶୁଳ୍କ ଔଷଧ ଓ ଔଷଧ ଚାରା ବିତରଣ କରାଯାଇଥିଲା । ଶ୍ରଦ୍ଧାଳୁ ମାନଙ୍କ ଉଦ୍ଦେଶ୍ୟରେ ଦୈନନ୍ଦିନ ବିଭିନ୍ନ ପ୍ରକାର ଆୟୁର୍ବେଦ ପାନୀୟ ଜଳ ବଣ୍ଟନ କରାଯାଇଥିଲା । ନୃସିଂହ ଚତୁର୍ଦ୍ଦଶୀ ଦିନ ସନ୍ଧ୍ୟା ସମୟରେ ୫ ହଜାର ଶ୍ରଦ୍ଧାଳୁ ମାନଙ୍କୁ ହାଲୁଆ ପ୍ରସାଦ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ସଚିବ ତଥା ପ୍ରଶାସକ ମନୋଜ ତ୍ରିବେଦୀ ଓ ଅଧ୍ୟକ୍ଷ ଡ଼. ଜଗବନ୍ଧୁ ମିଶ୍ର ଉପସ୍ଥିତରେ ବଣ୍ଟନ କାର୍ଯ୍ୟ ସମାପନ କରାଯାଇଥିଲା । ଏହି ମେଳାରେ ମହା ବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ୟୁନିଟ୍ ତରଫରୁ ୫୦ ଜଣ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣ, ଆଶୁ ଚିକିତ୍ସା, ସ୍ୱଚ୍ଛତା ଅଭିଯାନ ଭଳି କାର୍ଯ୍ୟକ୍ରମ କରାଯାଇଥିଲା ।

Leave A Reply

Your email address will not be published.