
ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ବାଗଦୋର ଗ୍ରାମର ସମସ୍ତ କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳୀଙ୍କ ପକ୍ଷରୁ ୧୯ ଗୋଟି ଦାବି ନେଇ ବନମାଲ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ଏଥିରେ ବାଗଦୋର ଗ୍ରାମ ପଞ୍ଚାୟତର ସମସ୍ତ ତୋଳାଳୀ, ସିଜିନାଲ କର୍ମଚାରୀ, ବନ୍ଧେଇ ଶ୍ରମିକ, ମୁନସି, ହେଡ ଚେକର ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ତାଙ୍କର ୧୯ ଗୋଟି ଦାବି ଉପସ୍ଥାପନ କରିଥିଲେ । ସେଗୁଡ଼ିକ ହେଲା :- ୧-କେନ୍ଦୁପତ୍ର ତୋଳାଳୀ ମାନଙ୍କ କେରି ପ୍ରତି ଟଙ୍କା ବୃଦ୍ଧି କରାଯାଉ,୨-ସିଜିନାଲ କର୍ମଚାରୀ ମାନଙ୍କ ମାସିକ ବୃଦ୍ଧି କାରାଯାଉ । ୩-ବନ୍ଧେଇ କର୍ମଚାରୀଙ୍କ ବଣ୍ଡଲ ପ୍ରତି ଟଙ୍କା ବୃଦ୍ଧି କରାଯାଉ । ୫-ମୃତ କାଳୀନ ସହାୟତା, ବିବାହ ସହାୟତା, ଛାତ୍ରଛାତ୍ରୀଙ୍କ ବୃତ୍ତି ଟଙ୍କା ଭଳି ଅନେକ ଦାବି ରଖିଛନ୍ତି । ଏଭଳି ୧୯ ଗୋଟି ଦାବି ଉପସ୍ଥାପନ କରିଥିଲେ । ଏହି ଆନ୍ଦୋଳନରେ ଗୁପ୍ତେଶ୍ଵର ବେହେରା, କୃଷ୍ଣ ଚନ୍ଦ୍ର ବେହେରା, ଗଜାନନ ମାଝୀ, ଲଳିତ ନାଗ, ରଞ୍ଜନ ଷାଣ୍ଡ, ସୁକାନ୍ତି ପୁଟେଲ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ତାଙ୍କର ଦାବି ଯଦି ପୂରଣ ନ ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।