jsm

ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଓ ହମିରପୁର ସ୍ଥିତ କଲ୍ୟାଣୀରାୟ ଡିଗ୍ରୀ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ରାଉରକେଲା କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡ଼. ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତା କରିଥିଲେ । ରଘୁନାଥପପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିବା ସହ ରକ୍ତଦାନ କିପରି ମହତ ଦାନ ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ସତ୍ୟାନନ୍ଦ ବେହେରା ଯୋଗ ଦେଇ ରକ୍ତଦାତା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ୬୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧ୍ୟାପକ ରଶ୍ମିରଞ୍ଜନ ରାଉତ, କରୁଣାକର ପାଟ୍ଟଶାଣୀ, ଭାରତୀ ବରୁଆ, ବନ୍ଦନା ସୋରେନ, ବୈଜୟନ୍ତୀ ବାରିକ, ମନୋଜ କୁମାର ଦଳେଇ, ଦୀପାଳୀ ପ୍ରଧାନ,ଏଲିଜା ଲୁଗୁନ, ରଞ୍ଜିତ ପ୍ରଧାନ, ତରଣୀ ନାଏକ, ଅଙ୍କିତା ପାଇକରାୟ, ଅନୁପ ଏକ୍କା, କଲ୍ୟାଣୀ ରାୟ ମହାବିଦ୍ୟାଳୟର ପ୍ର. ଅଭିରାମ ସାଗରିଆ, ପ୍ର. ସୌମ୍ୟରଞ୍ଜନ ଦାସ ଓ ଯୁବ ରେଡକ୍ରସ୍ ତରଫରୁ ଦେବସ୍ମିତା, ଆରୁଷୀ, ଅଜୟ,କାହ୍ନା, ଅନ୍ୱେଷା, ସିଦ୍ଧାର୍ଥ, ସ୍ୱପ୍ନା, ଚାନ୍ଦିନୀ ପ୍ରମୁଖ ଓ ଆର୍‌ଜିଏଚ୍‌ର ଡା. ମାଏସା ସୋରେନ ଓ ତାଙ୍କ ଗୃପର ସଦସ୍ୟମାନେ ସହଯୋଗ କରିଥିଲେ । ସେହିପରି ରାଉରକେଲା କଲେଜ ପରିସରରେ ବହୁ ପ୍ରତିକ୍ଷିତ ଡିଜିଟାଲ ଘଡି ଉଦଘାଟନ କରାଯାଇଥିଲା । ଅଧ୍ୟକ୍ଷ ଡ. ଜେନା, ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରା ଓ କୁଞ୍ଜବିହାରୀ ରାଉତଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସମାପନ କରାଯାଇଥିଲା । ଏଥିରେ କଲେଜର ଅଧ୍ୟାପକ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.