ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ପକ୍ଷରୁ ଶିଶୁ ସୁରକ୍ଷା, ଯଶୋଦା, ଗ୍ରୀନ ପାସେଜ ଓ ଶିଶୁ ସହାୟତା କେନ୍ଦ୍ର ଉପରେ ସଚେତନତା ଶିବିର ଅନୁଷ୍ଠିତ
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଲର୍କିପାଲିସ୍ଥିତ ସରକାରୀ ପଲିଟେକ୍ନିକ୍, ବଲାଙ୍ଗିରର ସ୍ମାର୍ଟ ସଭା ଗୃହ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣାର ଆୟୋଜନରେ ଯଶୋଦା ଯୋଜନା, ଗ୍ରୀନ ପାସେଜ ପ୍ରମାଣ ପତ୍ର ଓ ଶିଶୁ ସହାୟତା କେନ୍ଦ୍ର ୧୦୯୮ ଉପରେ ସଚେତନତା ଶିବିରରେ ପଲିଟେକ୍ନିକ୍ର ଅଧ୍ୟକ୍ଷ, ଲୋକେଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ କୁମାର ଖୁଆସ ବାଲ୍ୟ ବିବାହ, ପୋସ୍କୋ ଆଇନ୍ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣାର ଜିଲ୍ଲା ପରାମର୍ଶଦାତା ଗ୍ରୀନ ପେସେଜର ଆବଶ୍ୟକତା, ଯୋଗ୍ୟତା,ସାର୍ଟିଫିକେଟର ମହତ୍ତ୍ଵ ସହିତ ସରକାରୀ କଲେଜ, ବୈଷୟିକ ପାଠ୍ୟକ୍ରମ ଉପରେ ଛାଡ ହେଉଥିବା ଫି ଉପରେ ଜଣାଇବା ସହ ଗ୍ରୀନ ପାସେଜ୍ର ଉପକାରିତା ଏବଂ ୧.୪.୨୦୨୦ରୁ୧ ୧୫.୯.୨୦୨୧ ପୂର୍ବରୁ ଏବଂ ପରେ ପିତାମାତାଙ୍କୁ ହରାଇଥିବା ଛାତ୍ରଛାତ୍ରୀମାନେ ଯଶୋଦା ଯୋଜନାରେ ଆବେଦନ କରି ଆର୍ଥିକ ସହାୟତା ପାଇ ପାରିବେ ବୋଲି ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରୋଗ୍ରାମ ଅଫିସର ସୁଧାଂଶୁ ଶେଖର କୁମ୍ଭାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବଶ୍ୟକତା ଥିବା କାଗଜ ପତ୍ର ଦାଖଲ କରିବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ମାନଭଞ୍ଜନ ଭୋଇ, ଅଧ୍ୟାପକ, ମେକାନିକ ବିଭାଗର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଜଣାଇଥିଲେ । କାର୍ଯ୍ୟକ୍ରମରେ ଶିଶୁ ସହାୟତା କେନ୍ଦ୍ରର ଶୁଭମ୍ ଜେନା, ୟୁନିଟର ସୁଦାମ ସୁନା ସକ୍ରିୟ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ପଲିଟେକ୍ନିକ୍ର ଅନୁପମା ଦାସ, ଅଧ୍ୟାପିକା, ସିଭିଲ ବିଭାଗର ପରିଚାଳନା ସମସ୍ତଙ୍କୁ ପରିଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।