csstore

ବ୍ଲକ ସ୍ତରୀୟ ଅନୁସ୍ଥାପନ, ଦିଗଦର୍ଶନ ଶିବିର “ପ୍ରକାଶ” ଅନୁଷ୍ଠିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଉମାଶଙ୍କର ଉଚ୍ଚ ବିଦ୍ୟାଳୟରେ ଅନୁସ୍ଥାପନ, ଦିଗଦର୍ଶନ, ଶିବିର “ପ୍ରକାଶ” ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଶୀ, ମୁଖ୍ୟ ବକ୍ତା ଭାବେ ଜିଲ୍ଲାସ୍ତରରୁ ପ୍ରକାଶର କାର୍ଯ୍ୟ ବହନ କରିଆସିଥିବା ମନୋଜ କୁମାର ପଣ୍ଡା, ସମ୍ମାନୀୟ ଅତିଥି ଭାବେ ଶିବରାମ ପ୍ରଧାନ, ମଙ୍ଗୁଳି ଚରଣ ମୁଦିଲୀ, ବରିଷ୍ଠ ସାମ୍ବାଦିକ ଅସରଫ ଅଲ୍ଲୀ, ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକ୍ରମ ମାଝୀଙ୍କ ସଭାପତିତ୍ୱରେ ପ୍ରକାଶ ଶିବିର ସଭା ଆରମ୍ଭ ହୋଇଥିଲା । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଉପସ୍ଥିତ ରହିଥିଲେ । ଅତି ସୁନ୍ଦର ଭାବେ ଶିକ୍ଷାଦାନ, ଶିକ୍ଷା ଗ୍ରହଣକୁ ନେଇ ଜିଲ୍ଲା ପ୍ରଶାସନର ଏହା ଏକ ଅଭିନବ ବ୍ୟବସ୍ଥା ହୋଇଥିବାବେଳେ, ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ଗଠନ ପାଇଁ ଅଭିଭାବକ, ଅଭିଭାବିକାମାନଙ୍କ ଗୁରୁଦାୟିତ୍ୱ ରହିଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଏଥିପାଇଁ ସ୍ୱତନ୍ତ୍ର ଭାବେ ଶିକ୍ଷାଦାନ ଦେବାର ବ୍ୟବସ୍ଥା ମଧ୍ୟ୍ୟ ରହିଅଛି । ବିଶେଷ କରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଏହି “ପ୍ରକାଶ ଯୋଜନାରେ ଶିକ୍ଷା ଗ୍ରହଣ କରି ବୋର୍ଡ ପରୀକ୍ଷାରେ କୃତିତ୍ୱର ସହ ଉତୀର୍ଣ୍ଣ ହୋଇ ସମ୍ପୃକ୍ତ ବିଦ୍ୟାଳୟ ମାନଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେଇବା ଏହାର ମୂଳ ଉଦେଶ୍ୟ । ଏଣୁ ଜିଲ୍ଲାପାଳଙ୍କ ଏହି “ପ୍ରକାଶ “ଯୋଜନାର ସଫଳ ରୂପାୟନ ନିମନ୍ତେ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲ ଏଥିପ୍ରତି ଯତ୍ନବାନ ହେବା ଜରୁରୀ ହୋଇପଡିଛି ।

jayashree
Leave A Reply

Your email address will not be published.