csstore

ପଂଚାୟତ ସ୍ତରୀୟ ଜନଶୁଣାଣି ଶିବିର

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବକଟୀ ଗ୍ରାମପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବକଟୀ ପଂଚାୟତର ନାଏବ ସରପଂଚ ସୁଶିଳ ସେଠ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରିତିକା ରାଣୀ ପଟ୍ଟନାୟକ ଓ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ସାହୁଙ୍କ ତତ୍ୱାବଧାନରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରରେ ଗ୍ରାମପଂଚାୟତ ଅଧିକାରୀ ସୌଭାଗ୍ୟ ପଧାନ, ବ୍ଲକ ଏବିଡିଓ ରୁଦ୍ରପ୍ରତାପ ସୁନା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ମିଶ୍ର, ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁଶାନ୍ତ ମହାକୁର ସ୍ୱାସ୍ଥ୍ୟ ଓ ପରିମଳ ବିଭାଗ ଯନ୍ତ୍ରୀ ଦୁର୍ଗାପ୍ରସାଦ ମିଶ୍ର, ଅଭି ସାହୁ, ଅଂଶୁମାନ ବାବୁ, ଉଦ୍ୟାନ ବିଭାଗର ନରେନ୍ଦ୍ର ପଧାନ, ବିପିଏମ୍‌ ସରୋଜ ଧରୁଆ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ ଜନଶୁଣାଣି ଶିବିରରେ ସର୍ବମୋଟ ୪ ଗୋଟି ଅଭିେଯାଗ ପଞ୍ଜିକୃତ ହୋଇଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି । ବର୍ତ୍ତମାନ ପ୍ରତ୍ୟେକ ଗ୍ରାମ ମାନଙ୍କରେ ଆବାସ ଗୃହ ପାଇଁ ସର୍ଭେ ଚାଲୁଥିବାରୁ ତଥା ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର ସକାଶେ ଯଜ୍ଞ ଅନୁଷ୍ଠାନ ଆଦି ବକଟୀ ଗ୍ରାମରେ ଅନୁଷ୍ଠିତ ହେଉଥିବାରୁ ଶିବିରରେ କମ ସଂଖ୍ୟକ ଲୋକ ଉପସ୍ଥିତ ଥିବା ନାଏବ ସରପଂଚ ଶ୍ରୀ ସେଠ ପ୍ରକାଶ କରିଥିଲେ ।

jayashree
Leave A Reply

Your email address will not be published.