csstore

ବଡ଼ବାଙ୍କି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ସଚେତନତା ଶିବିର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଡୋଲାଧର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ତୁରେକେଲା ବ୍ଲକ ଅଧିକାରୀ ଶଙ୍କର୍ଷଣ ବେହେରା ଯୋଗଦେଇଥିଲେ । ସମ୍ମାନିତ ଅତିଥି ଜିପିଓ ଅଶୋକ ପାଣିଗ୍ରାହୀ, ସପ୍ଲାଏ ଅଧିକାରୀ ସନାତନ ମାଝୀ, ପିଇଓ ଅର୍ଜୁନ ଛତ୍ରିଆ, ବିପିଏମ୍‌ ନୀଳମାଧବ ସାହୁ, ଜେଇ ନବ କିଶୋର ମଲ୍ଲିକ, ଜିଆର୍‌ଏସ୍ ଭୈରବ ମେହେର, ବିଜେଡି ନେତା ହେମପତି ଛତ୍ରିଆ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଙ୍ଗନୱାଡି, ଆଶା କର୍ମୀ, ଏମ୍‌ବିକେ, ସିଆର୍‌ପି, ୱାର୍ଡ ସଭ୍ୟସଭ୍ୟା, ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ, ସ୍ୱାସ୍ଥ୍ୟ ବିଭାଗ ମିଶନ, ଆଇସିଡିଏସ୍‌, କୃଷି ବିଭାଗ, ବ୍ୟାଙ୍କ୍ ଶାଖା, ମୋତିଆ ବିନ୍ଦୁ ରୋଗୀ, ଶିକ୍ଷକ ବୃନ୍ଦ, ଅନେକ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ପଞ୍ଚାୟତ ସମେତ ଆଖପାଖର ପୁରୁଷ, ମହିଳା ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସଚେତନତା କାର୍ଯ୍ୟକ୍ରମ ଓ ନାଚଗୀତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ବଞ୍ଚିତ ହିତାଧିକାରୀ ବିଭିନ୍ନ ଯୋଜନା ପାଇଁ ଆବେଦନ କରିଥଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ କର୍ମଚାରୀ, ୱାର୍ଡ ସଭ୍ୟସଭ୍ୟା ଓ ସ୍ଥାନୀୟ ଯୁବ ଗୋଷ୍ଠୀ ସକ୍ରିୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.