ତୁର୍ଲା ଗ୍ରାମରେ ଖପ୍ରାଖୋଲ ପୁଲିସର ଜନସମ୍ପର୍କ ଏବଂ ସ୍ୱାସ୍ଥ୍ୟ ଶିବିର

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗ୍ରାମରେ ବଲାଙ୍ଗିର ପୁଲିସ ତରଫରୁ ସୋମବାର ଦିନ ଜନସମ୍ପର୍କ ଏବଂ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖପ୍ରାଖୋଲ ପୁଲିସ ସହଯୋଗରେ ତୁର୍ଲା ଗ୍ରାମର ଖେଳପଡିଆଠାରେ ଏକ ଆଠ ଓଭର ବିଶିଷ୍ଟ କ୍ରିକେଟ ମ୍ୟାଚ୍‌ ଆୟୋଜନ କରାଯାଇଥିଲା । ଏଥିରେ ଆଖପାଖ ଅଞ୍ଚଳର ଆଠଟି ଦଳ ଭାଗ ନେଇଥିବା ବେଳେ ଫାଇନାଲ ଖେଳଟି ଭାନପୁର ଓ ଭୁର୍ସିବାଞ୍ଜି ମଧ୍ୟରେ ହୋଇଥିବା ବେଳେ ବିଜୟୀ ଭୁର୍ସିବାଞ୍ଜି ଦଳକୁ ଦୁଇହଜାର ଟଙ୍କା ନଗଦ ପୁରସ୍କାର ରାଶି ସମେତ କ୍ରିକେଟ କିଟ ଦିଆଯାଇଥିବା ବେଳେ ରନର୍ସଅପ ଦଳକୁ ଏକ ହଜାର ଟଙ୍କା ସମେତ କ୍ରିକେଟ କିଟ ଦିଆଯାଇଥିଲା । ଅନ୍ୟପକ୍ଷରେ ଉକ୍ତ ଖେଳପଡିଆଠାରେ ଗରିବ ଶ୍ରେଣୀର ୫୦ ଜଣ ବୃଦ୍ଧ ବୃଦ୍ଧାଙ୍କୁ ଶୀତ ବସ୍ତ୍ର କମ୍ବଳ, ମଶାରୀ, ଟର୍ଚ୍ଚ ଲାଇଟ, ଛତା ଇତ୍ୟାଦି ବଣ୍ଟନ କରାଯିବା ସହିତ ତୁର୍ଲା ଗ୍ରାମ ଏବଂ ଆଖପାଖ ଗ୍ରାମର ପ୍ରାୟ ୧୦୦ ଜଣ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚକ୍ଷୁ ପରୀକ୍ଷା କରି ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ଏହା ସହିତ ତୁର୍ଲା ପ୍ରାଥମିକ ବିଦ୍ୟାଳୟର ଛୁଆଙ୍କୁ ଖାତା, ପେନ, କମ୍ପାସ ବକ୍ସ, ପାଣି ବୋତଲ ଇତ୍ୟାଦି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ଏସ୍‌ଆଇ ଗୋପୀନାଥ ମହାକୁଡ଼, ହାବିଲଦାର ସୁଶୀଲ କୁମାର ନାଏକ, ହରିଶଙ୍କର ଫାଣ୍ଡି ଅଧିକାରୀ ସେୱାନ କେରକେଟା, କନେଷ୍ଟବଳ ସଞ୍ଜୀବ ସାହୁ, ଭାନପୁର ସରପଞ୍ଚ ରୀନା ଜାଲ, ସମିତି ସଭ୍ୟା ଯଶୋବନ୍ତି ତାଣ୍ଡି ପ୍ରମୁଖ ଉପସ୍ଥିତ ଥିବା ବେଳେ ସ୍ୱାସ୍ଥ୍ୟ ନିରୀକ୍ଷକ ଭାବରେ ଖପ୍ରାଖୋଲ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡାକ୍ତର ମିନତୀ ହେମ୍ବ୍ରମ, ଏଲ୍‌ଟି ଦିଲୀପ ସାହୁ, ଦୀନବନ୍ଧୁ ବେହେରା, ବ୍ରଜରାଜ ବଗର୍ତି, ଆଶା ମମତା ପାଣିଗ୍ରାହୀ, ଲେପ୍ରା ମହାନଦୀ ନେତ୍ର ଚିକିତ୍ସାଳୟ ତରଫରୁ ଅଶ୍ୱିନୀ ଶତପଥି, ଡାକ୍ତର ସୁଜିତ ଥାପା, ମାନସ ପାଢ଼ୀ, ବିକାଶ ମେହେର ସହିତ ତାଙ୍କ ମେଡିକାଲ ଟିମ୍‌ ସାମିଲ ରହିଥିଲେ । ଖପ୍ରାଖୋଲ ବ୍ଲକ ମନରେଗା ତରଫରୁ ଲୋକଙ୍କୁ ନୂତନ ଜବ କାର୍ଡ ଦେବା ପାଇଁ ସୁବୋଧ କାନ୍ତ ବାରିକ, ଅକ୍ଷୟ ପଧାନ, ରାମାକାନ୍ତ ବେହେରା ଉପସ୍ଥିତ ଥିଲେ । ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ବାଙ୍କିବାହାଲ ଶାଖା ତରଫରୁ ସୁଦୀପ୍ତ ରଞ୍ଜନ ସୁଆର, ବିରଞ୍ଚି ବରିହା, ସଚିନ ସାହୁ, ମାନଭଞ୍ଜନ ସାହୁ, ସୁବାଷ ବାଗ, ରିକେଶ ନାଗ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

17 + 20 =

error: Content is protected !!