pakka

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୯ତମ ପୁଣ୍ୟତିଥିରେ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ରକ୍ତଦାନ ଶିବିର ଅନୁଷ୍ଠିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ପରି ରାଉରକେଲାର ଅଗ୍ରଣୀ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୯ତମ ପୁଣ୍ୟତିଥି ପାଳନ ସହ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସକାଳେ ଷ୍ଟେସନ ସମ୍ମୁଖରେ ସଂଘ ଦ୍ୱାରା ସ୍ଥାପିତ ମଧୁସୂଦନଙ୍କ ପ୍ରତିମୂର୍ତ୍ତିରେ ସଂଘର ଉପସଭାପତି ରଶ୍ମି ରଞ୍ଜନ ବୋଇତାଇଙ୍କ ନେତୃତ୍ୱରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ସଂଘର ସଦସ୍ୟମାନଙ୍କ ସହ ସହରର ଅନ୍ୟାନ୍ୟ ବହୁ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନର ସଦସ୍ୟମାନେ ମଧ୍ୟ ମାଲ୍ୟାର୍ପଣ କରିଥିଲେ ।

ସକାଳ ୯.୩୦ ସମୟରେ ଇସ୍ପାତ ଜେନେରାଲ ହସପିଟାଲ୍‌ରେ ସଂଘ ଦ୍ଵାରା ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହାକୁ ଉଦ୍‌ଘାଟନ କରି ହସ୍ପିଟାଲ୍‌ର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଡାକ୍ତର ବି.କେ. ହୋତା ସଂଘର ଏହି ମହତ୍ କାର୍ଯ୍ୟକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ଏହିପରି ଜନହିତକର କାର୍ଯ୍ୟ ଜାରି ରଖିବାକୁ ଉତ୍ସାହିତ କରିଥିଲେ । ସଂଘର ସଭାପତି ଅଜୟ କୁମାର ନାୟକ ସଂଘ କିପରି ସାହିତ୍ୟ-ସଂସ୍କୃତି କାର୍ଯ୍ୟକ୍ରମ ସହ ରକ୍ତଦାନ ପରି ଏକ ମହତ୍ କାର୍ଯ୍ୟକୁ ଆପଣାଇ ନେଇଛି ତାହା ବର୍ଣ୍ଣନା କରିଥିଲେ । ଶ୍ରଦ୍ଧାଞ୍ଜଳି ସଭା ଓ ରକ୍ତଦାନ କାର୍ଯ୍ୟକ୍ରମରେ ଆଇଜିଏଚ୍‌ର ଡାକ୍ତର ଏଲ.କେ. ବିଶ୍ୱାଳ, ଡାକ୍ତର ଦଉଲତ ସରାଫ, ଡାକ୍ତର ପ୍ରତିଭା କୁମାରୀ ବେହେରା, ଡାକ୍ତର ଅରୁଣା ମୁଖୀ ମିଞ୍ଜ, ଡାକ୍ତର ପଙ୍କଜ କୁମାର ଦାସ, ଲାବ ଟେକ୍ନିସିଆନ ଅଥାର ଇକବାଲ, ଅଭିଜିତ ପାଲ, ସୁରେନ୍ଦ୍ର କୁମାର ସ୍ୱାଇଁ, ସିଷ୍ଟର ଚମ୍ପାବତୀ କିସାନ, ଲଳିତା କାଣ୍ଡୁଲନା, କୌଶଲ୍ୟା ତନ୍ତୀ ପ୍ରମୁଖ ରକ୍ତଦାନ ଶିବିରଯ ପରିଚାଳନା କରିଥିଲେ । ସାଧାରଣ ସମ୍ପାଦକ ରାଧାମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅଶୋକ ଦାସ, ପୁଷ୍ପା ରାଣୀ ପଟେଲ, ଡାକ୍ତର ସାମର୍ଥ ମିଶ୍ର, ସ୍ମିତା ମିଶ୍ର, ପ୍ରକାଶ, ପ୍ରସନ୍ନ କୁମାର ମହାନ୍ତି, ବେଣୁଧର ମହନ୍ତ, ଏ.କର୍ମକାର, ପି.କେ.ପରିଡା, କେ.ଶ୍ରୀନିବାସ ରାଓ, ଭଗବାନ ବିଶ୍ୱାଳ, ବରୁଣ କୁମାର ନାହାକ ପ୍ରମୁଖ ୧୭ରୁ ଅଧିକ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିବା ବେଳେ ଏହି ସମସ୍ତ କାର୍ଯ୍ୟକ୍ରମରେ ଘନଶ୍ୟାମ ଦଳ, ଅଶୋକ କୁମାର ପଟ୍ଟନାୟକ, ଲକ୍ଷ୍ମଣ ନାଥ ଦାସ, ଅରବିନ୍ଦ ପାତ୍ର, ଆଲୋକ ବୋଷ, ଇନ୍ଦ୍ରମଣି ମହାପାତ୍ର, ସତ୍ୟ ନାରାୟଣ ଦାସ, ରତିକାନ୍ତ ମିଶ୍ର, ପ୍ରଦୀପ କୁମାର ପଟ୍ଟନାୟକ, ରଶ୍ମି ସାହୁ, ଡାକ୍ତର ଜ୍ଞାନରଞ୍ଜନ ଗିରି, ଶାନ୍ତନୁ କୁମାର ମହାନ୍ତି, ମହମ୍ମଦ ଖୁର୍ସିଦ ଆଲାମ୍, ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଆର୍ତ୍ତତ୍ରାଣ ମହାପାତ୍ର, କୁଞ୍ଜବିହାରୀ ରାଉତ, ଅନନ୍ତ ପଟ୍ଟନାୟକ, ଉତ୍କଳ ସମ୍ମିଳନୀର ସୁଦାମ ଦାଶ, ଡ. କିଶୋରୀ ଦାଶ, ତପସ୍ୱିନୀ ବହିଦାର, ଅକ୍ଷୟ କୁମାର ଦାସ, ଭଗବାନ ମହାପାତ୍ର, ଅଭୟ ନାୟକ ପ୍ରମୁଖ ଉପସ୍ଥିତ ରହି ସହାୟତା କରିଥିଲେ । ସେହିପରି ସମ୍ବାଦ ସାହିତ୍ୟ ଘର ତରଫରୁ ପି ଦାସ, ଆଲୋକ ମଲ୍ଲିକ, ବିଭୁ ନାୟକ, ମଳୟ ସାହୁ ପ୍ରମୁଖ ମଧୁସୂଦନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

eighteen − 12 =