csstore

ଏକତା ଓ ଜେପି ହସପିଟାଲ ତରଫରୁ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତା ମହିଳା ଗୃପ ଓ ଜେପି ହସପିଟାଲ୍‌ର ମିଳିତ ଆନୁକୂଲ୍ୟରେ ଏନ୍‌ଆଇଟି ବ୍ୟାକପୋଷ୍ଟଠାରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏକତା ଗୃପର ସଭାପତି ବସୁମତି ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଜାହାଙ୍ଗିର ହକ, ରୋହିତ ତନ୍ତୀ, ଜାମସେରା ପଞ୍ଚାୟତ ସରପଞ୍ଚ ବେଦନା ଓରାମ, ଝିରପାଣି ଥାନା ସବଇନ୍ସପେକ୍ଟର ମନୋହର ପ୍ରଧାନ, ପରଭେଜ ଅରୋରା, ରାଜେଶ ମୁନି ଓ ସ୍ୱତନ୍ତ୍ର ଅତିଥି ଭାବେ ସୁରେଶ ଶର୍ମା ପ୍ରମୁଖ ଯୋଗଦେଇ ଏହିଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି କହିଥିଲେ । ଏହି ଅବସରରେ ପ୍ରାୟ ଦେଢଶହ ବ୍ୟକ୍ତି ଚକ୍ଷୁ ପରୀକ୍ଷା ସହ ଚଷମା ଦାନ ଓ ଆବଶ୍ୟକ ସ୍ଥଳେ ନିଃଶୁଳ୍କ ମୋତିଆବିନ୍ଦୁ ଅପରେସନ୍ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜୟପ୍ରକାଶ ହସପିଟାଲର ଡାକ୍ତର ଦେବାଶିଷ ସାହୁ, କିଶୋର କୁମାର ସେଠୀ ଓ ପ୍ରଦୀପ୍ତ ବାରିକ ତଥା ଏକତା ଗୃପର ଶାନ୍ତିଲତା, ଅଂଶୁପା, ଅସ୍ମିତା, ବନଜା, ଅଞ୍ଜଳି, ସୁଚିସ୍ମିତା, ଶୁଭସ୍ମିତା, ମନୋରମା, ନିରୁପମା, ସଂଯୁକ୍ତା, ରୀନା, ମିତା, ଗୌରୀ, ବୀଣାପାଣି, ରାହୁଳ, ବିକାଶ, ସୁମତି, ଆଦିତ୍ୟ, ପ୍ରବାଣୀ, ମାନସ, ଶିବ, ଜ୍ଞାନ, ବିଶାଖା, ମୋହନ, ଜ୍ୟୋତି, ଶ୍ରୀକାନ୍ତ, ରାଜେଶ, ମୁନୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସ୍ୱତନ୍ତ୍ର ଅତିଥି ଶ୍ରୀ ଶର୍ମା ଆଗାମୀ ଦିନରେ ଜେପି ହସପିଟାଲ୍ ତାର ସାମାଜିକ ପ୍ରତିବଦ୍ଧତା ସହ ଏହିଭଳି ସେବା ଯୋଗାଇ ଦେବ ବୋଲି ପ୍ରତିଶୃତି ଦେଇଥିଲେ । ଶେଷରେ ସଭାପତି ଶ୍ରୀମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.