csstore

ଲୋଇସିଂହା କଲେଜରେ ସ୍ଵତନ୍ତ୍ର ଶିବିର ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ତରଫରୁ ସ୍ଵତନ୍ତ୍ର ଶିବିର ଉଦ୍‌ଘାଟିତ ହୋଇଯାଇଛି । ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜାତୀୟ ସେବା ଯୋଜନାର ପୂର୍ବତନ ଜିଲ୍ଲା ଅଧିକାରୀ କାହ୍ନୁଚରଣ ଦର୍ଜୀ ଏବଂ ମୁଖ୍ୟବକ୍ତା ଭାବେ ବରିଷ୍ଠ ପ୍ରାଧ୍ୟାପକ ବିବେକାନନ୍ଦ ମିଶ୍ର ଯୋଗଦେଇ ବୃକ୍ଷର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଓଡ଼ିଆ ବିଭାଗ ମୁଖ୍ୟ ଜଗମୋହନ ଦର୍ଜି କାର୍ଯ୍ୟକ୍ରମ ସଂଯୋଜନା ତଥା ପ୍ରାଧ୍ୟାପକ ସନ୍ତୋଷ କୁମାର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସପ୍ତାହ ବ୍ୟାପୀ ହେବାକୁ ଥିବା ଏହି ଶିବିରରେ ମାଁ’ ନାମରେ ଶତାଧିକ ଚାରାରୋପଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ସୁଶ୍ରୀ ସ୍ୱାଗତିକା ମିଶ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଅମିତ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ମୁଷ୍କାନ ମେହେର, ସେବତୀ ନାୟକ, ସୁଷ୍ରିତା ସେଠ, ଧରିତ୍ରୀ ପଧାନ, ଚୁମକିରାଣୀ ଭୋଇ, ପ୍ରିୟଙ୍କା ଭୋଇଙ୍କ ଦ୍ଵାରା କ୍ଷୁଦ୍ର ନାଟକ ପରିବେଷିତ ହୋଇଥିଲା ।

jayashree
Leave A Reply

Your email address will not be published.