csstore

କୁତୁର୍ଲା ନୂତନ ଶିବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ମହାସମାରୋହ ଉତ୍ସାହ ଉଦ୍ଦୀପନା ସହ ଉଦ୍‌ଯାପିତ

  • ନବଦିନାତ୍ମକ ଧରି ଶିବମୟ ଭାବ ବିହ୍ୱଳ ଭକ୍ତି ଭାବରେ ବୁଡିଲେ ଶ୍ରଦ୍ଧାଳୁ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଲରମ୍ଭା ପଞ୍ଚାୟତ କୁତୁର୍ଲା ଗାଁରେ ବିଖ୍ୟାତ ସ୍ୱୟଂମ୍ଭୁ ଶିବ ମନ୍ଦିର ତଥା ନୂତନ ଭାବରେ ନିର୍ମିତ ଧବଳେଶ୍ୱର ଶିବ ମନ୍ଦିର ଏବଂ ଘସିଏନ ଦେବୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ବର୍ଣ୍ଣାଢ୍ୟ ସାଂସ୍କୃତିକ ପରିବେଶ ମଧ୍ୟରେ ଦୀର୍ଘ ୯ ଦିନଧରି ଶିବ ପାରାୟଣ, ନାମ ସଂକୀର୍ତନ, ହୋମ ଯଜ୍ଞ, ଅନୁଷ୍ଠିତ ହୋଇଥିଲା । ଗୁରୁବାର ଦିନ ପୂର୍ଣ୍ଣାହୁତୀ ପରେ ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିର ପ୍ରବେଶ, କୁମ୍ଭ ଭରଣୀ ଶୁଭ କାର୍ଯ୍ୟ କରାଯାଇଥିଲା । ପରେ କଳସ ଭଷାଣି ଯାତ୍ରା ଅବସରରେ ଗାଁରେ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ସୁନ୍ଦର ଆଧ୍ୟାତ୍ମିକ ପରିବେଶରେ ଜିଲ୍ଲାର ସମସ୍ତ ଅଞ୍ଚଳରୁ ଶୈବଭକ୍ତ ସାଧୁ ସନ୍ଥ ଆଚାର୍ଯ୍ୟ ଯୋଗଦାନ କରିଥିଲେ । ଗାଁର ନିରଞ୍ଜନ ବିଶି, ପରମାନନ୍ଦ ସାହୁ, ରମେଶ ସାହୁ, ଗୋକୁଳ ପର୍ଡିଆ, ଦୁର୍ଲଭ ଭୋଇ, ଚୁଳ ବାଗ, ରୋହିତ ସାହୁ, ଖୁଟୁଳା ସାହୁ, ଯାଗେଶ୍ୱର ପଶାୟତ, ନୀଳାଞ୍ଚି ବିଶି, କୈଳାସ ସେଠ, ସିଦ୍ଧେଶ୍ୱର ମହାକୁର, ବିଦ୍ୟାଧର ବାରିକ, ଜିତୁ ସେଠ, ଭୀମ ବଗର୍ତ୍ତୀ, ରୁଦ୍ରମଣି ଦନ୍ତା, ଧରଣୀ ବରିହା, ମହାଦେବ ବରିହା, ଜୟଦେବ ବରିହା, ସଦାନନ୍ଦ ବାରିକ, ସଂଜୀବ ମହାକୁର ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.