ରବିୠତୁ ନିମନ୍ତେ ଚଳିତ ବର୍ଷର ଧାନକ୍ରୟ ଶୁଭାରମ୍ଭ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ସେବା ସମବାୟ ସମିତି ଅଧିନ ଖୁଣ୍ଟିଗୋରା ମଣ୍ତିଠାରେ ରବିଋତୁ ନିମନ୍ତେ ଧାନକ୍ରୟ ଶୁଭାରମ୍ଭ ହୋଇଯାଇଛି । ସମିତି ସଂପାଦକ କର୍ଣ୍ଣ ରଣାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ସମିତି ପ୍ରଶାସକ ଗୁରୁଚରଣ ଦାଶ ନଡିଆ ବାଡାଇ ରବିଋତୁ ନିମନ୍ତେ ଧାନମଣ୍ଡି ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଧାନର ଉଚିତ ମୂଲ୍ୟ ପାଇବା ପାଇଁ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଥିଲା । ସେହିପରି ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ ବୋଲି ପ୍ରକାଶ ପାଇଥିଲା । ଚଳିତ ବର୍ଷ ରବିଋତୁ ନିମନ୍ତେ ଖୁଣ୍ଟିଗୋରା ଠାରେ ଧାନମଣ୍ଡି ଉଦଘାଟିତ ହୋଇଥିବା ବେଳେ ଧାନର ସର୍ବାଧିକ ମୂଲ୍ୟ ୧୮୮୮ ଟଙ୍କା ହୋଇଥିବା ବେଳେ ସାଧାରଣ ଧାନର ମୂଲ୍ୟ ୧୮୬୮ଟଙ୍କା ରହିଛି । ବର୍ତ୍ତମାନ ମହାମାରୀ କରୋନାକୁ ନେଇ ସାରା ବିଶ୍ବରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଚାଷୀଙ୍କୁ ସାମାଜିକ ଦୂରତା ଅବଲମ୍ବନ କରି ଧାନକ୍ରୟ କରାଯିବା ସହ ପ୍ରତ୍ୟେକ ମଙ୍ଗଳବାର ଓ ବୁଧବାର ମଣ୍ଡି ଖୋଲାଯାଇ ଧାନକ୍ରୟ କରାଯିବ ବୋଲି ସମିତି ସଂପାଦକ ସୂଚନା ଦେଇଛନ୍ତି । ଏହି କାର୍ୟ୍ୟକ୍ରମରେ ଏଆରସିଏସ ମଙ୍ଗଳ ସରେନ୍, ଏଏସସିଓ ବିଷ୍ଣ ପ୍ରସାଦ ପ୍ରଧାନ, ସହକାରୀ ସଂପାଦକ ଯୁଧିଷ୍ଠିର ରଣା, ଡିଇଓ ସମୀର କୁମାର ରାଉତ, ଆରଏମସି କର୍ମଚାରୀ ଶଶିଭୁଷଣ ରଣା, ରାଣୀସତି ମିଲ ମାଲିକ ଅଶୋକ ଅଗ୍ରୱାଲଙ୍କ ସମେତ ଚାଷୀମାନେ ଉପସ୍ଥିତ ଥିଲେ । ଆଜି ଚାଷୀ ନିତ୍ୟା ବାଘ ୪୨.୯୬, ପିତ ରଣା ୬୦.୪୮ ଏବଂ ରାଜକିଶୋର ମନହିରାଙ୍କ ଠାରୁ ୩୮.୧୬ ସର୍ବମୋଟ ୧୪୧.୬୦ କ୍ବିଣ୍ଟାଳ ଧାନ କ୍ରୟ କରାଯାଇଛି । ଉମା ପେକ୍ପ କର୍ମଚାରୀ ପ୍ରଶାନ୍ତ କୁମ୍ଭାର ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

2 Comments
  1. Reader says

    Please correct the name of ACSO sir as Bishnu Prasad pradhan

    1. Koshala Prabaha says

      thanks, corrected

Leave A Reply

Your email address will not be published.

eight + four =