ଦେଓଗାଁ ବ୍ଲକରେ କମୁଛି ସଂକ୍ରମଣ : ଆଜି ୧୭ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ତଳେ ପ୍ରତିଦିନ ଦେଓଗାଁ ବ୍ଲକରେ କରୋନାରେ ବହୁଳ ମାତ୍ରାରେ ସଂକ୍ରମିତ ହେଉଥିଲେ । ହେଲେ ୩ରୁ ୪ଦିନ ହେଲା ସଂକ୍ରମଣ ହାର କମିବାରେ ଲାଗିଛି । ମଙ୍ଗଳବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୧୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତରେ ୬ଜଣ, ଗୁଡ଼ଖାପଲା ୫ଜଣ, ବଡବନ୍ଧ ୨, ଦେଷଣ୍ଢ, ଗୌଡ଼ଗୋଠ, ସାରସମାଲ, ଉଡାର ପଞ୍ଚାୟତରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହେଇଥିବାର ସରକାରୀ ରିପୋର୍ଟ ଆସିଛି ।

Leave A Reply

Your email address will not be published.

sixteen + 4 =