csstore

ବଙ୍ଗୋମୁଣ୍ଡରେ ୩୭ତମ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭଖମ୍ବ ସ୍ଥାପନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ସର୍ବସାଧାରଣ ଖେଳପଡ଼ିଆ ଠାରେ ଚଳିତ ବର୍ଷ ୩୭ତମ ଧନୁଯାତ୍ରା ମହୋତ୍ସବ ପାଳନ ପାଇଁ ଶୁଭଖମ୍ବ ସ୍ଥାପିତ ହୋଇଯାଇଛି । ପୂଜାରେ କର୍ତ୍ତା ଭାବେ ଅଶୋକ ହଂସ ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବେ ହରିହର ତ୍ରିପାଠୀ ଦାୟିତ୍ବ ନିର୍ବାହ କରିଥିଲେ । ପ୍ରତିଷ୍ଠାତା ମାଧବ ହଂସ, ୩୭ ତମ ଧନୁଯାତ୍ରା ଆୟୋଜନ କମିଟିର ଅଧ୍ୟକ୍ଷ ତୁଲସିରାମ ହଂସ, ଉପାଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ, ସଭାପତି ସୁଦାମ ସିନ୍ଦୁର, କାର୍ୟ୍ୟକାରୀ ସଭାପତି ସନ୍ତୋଷ କୁମାର ତ୍ରିପାଠୀ, ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ, ସମ୍ପାଦକ ଅମିତ ଥନାପତି, ଜମିଦାର ଶରତ ଚନ୍ଦ୍ର ସିଂ ଭୋଇ, ଡ଼ଃ ନାରାୟଣ ମିଶ୍ର, ଅର୍ଦ୍ଧେନ୍ଦୁ ଯାଦବ ପ୍ରମୁଖଙ୍କ ସହ କମିଟି ସଦସ୍ୟ ଉପସ୍ଥିତ ଥିଲେ । ୩୭ତମ ଧନୁଯାତ୍ରା ମହୋତ୍ସବ ଆସନ୍ତା ନଭେମ୍ବର ୨୨ ତାରିଖ ରୁ ୨୮ ତାରିଖ ପର୍ୟ୍ୟନ୍ତ ଧନୁଯାତ୍ରା ମହୋତ୍ସବ ପାଳିତ ହେବ ବୋଲି ଆୟୋଜନ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

jayashree
Leave A Reply

Your email address will not be published.