pakka

ଶବ୍ଦ ନୃତ୍ୟଗୁରୁ ଭଗବାନ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲିଠାରେ ଶବ୍ଦ ନୃତ୍ୟଗୁରୁ ଭଗବାନ ସାହୁଙ୍କ ୨୧ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଶ୍ରୀ ଶ୍ରୀ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ, କୁମ୍ଭାରୀ ଓ ଗୁରୁ ଭଗବାନ ସାହୁ ସ୍ମୃତି କମିଟି, ବରପାଲି ଆନୁକୂଲ୍ୟରେ ଗଙ୍ଗାଧର ମେହେର କ୍ଲବଠାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଅଧ୍ୟାପକ ରାଜେଶ ରାଏ ଯୋଗଦେଇ ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ନାଟ୍ୟ ନିର୍ଦ୍ଦେଶନା ଏବଂ ଶବ୍ଦ ନୃତ୍ୟର ପ୍ରଚାର ପ୍ରସାର ପାଇଁ ଆଜୀବନ ଅକ୍ଲାନ୍ତ ପରିଶ୍ରମ ଏକ ଉଦାହରଣ ଅଟେ । ଏହି ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ପାଇବା ପାଇଁ ଆମକୁ ସବୁ ଉଦ୍ୟମର ଆବଶ୍ୟକତା ରହିଛି ବୋଲି କହିଥିଲେ । ସ୍ମୃତି କମିଟିର ସଭାପତି ସୁବଳ ମାଝୀଙ୍କ ପୌରହିତ୍ୟ ସଭା ଆୟୋଜିତ ହୋଇଥିବା ବେଳେ ସମ୍ପାଦକ ମହେନ୍ଦ୍ର କୁମାର ମେହେର ଓ ନିରଞ୍ଜନ ମେହେର ସଭାକୁ ପରିଚାଳନା କରିଥିଲେ । ଏହି ଅବସରରେ ନୃତ୍ୟଗୁରୁ ଶଙ୍କର ପଟ୍ଟନାୟକ ଏବଂ ସଂଗୀତ ନିର୍ଦ୍ଦେଶକ ରମେଶ ମହାନନ୍ଦଙ୍କୁ ସମ୍ମାନୀତ କରାଯାଇଥିଲା ।

jay balangir
Leave A Reply

Your email address will not be published.

8 + three =