om academy

ଡେବିରିପାଲିରେ ନେହେରୁ ସ୍ପୋର୍ଟିଂ କ୍ଳବର ପ୍ରଥମ ବର୍ଷ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଡେବିରିପାଲି ଗାଁ ନେହେରୁ ସ୍ପୋର୍ଟିଂ କ୍ଳବ ଆନ୍ୟୁକୂଲ୍ୟରେ ଆୟୋଜିତ ପ୍ରଥମ ବର୍ଷ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ହୋଇଯାଇଛି । ତା.୧୨/୧୧/୨୧ରୁ ଆରମ୍ଭ ହୋଇ ୨୦/୧୧/୨୧ରେ ଫାଇନାଲ ମ୍ୟାଚ ହୋଇଥିଲା । ଏହି ଫୁଟବଲ ପ୍ରତିଯୋଗିତାରେ ୧୬ଟି ଦଳ ଭାଗ ନେଇଥିବା ବାହାବଲ ଓ ଖୁଟନାପାଣି ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଦୁଇ ଦଳଙ୍କ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଫାଇନାଲ ଖେଳରେ ବାହାବଲ ଦଳକୁ ଗୋଟିଏ ଗୋଲ ଦେଇ ପରାସ୍ତ କରି ଖୁଟନାପାଣୀ ଦଳ ବିଜୟ ହାସଲ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ଗଣେଶ କୁମ୍ଭାର ଯୋଗଦେଇ ଖେଳାଳିମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ସମ୍ମାନୀତ ଅତିଥି ଭାବେ ତେତେଲମୁଣ୍ଡା ପଞ୍ଚାୟତ ସମିତି ସଭ୍ୟ ଶୁକ୍ରୁ ସୁନାନୀ, ପୂର୍ବତନ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ବନୀତା ଖମାରୀ ଯୋଗଦାନ କରି ଖେଳାଳିମାନଙ୍କୁ ଉତ୍ସାହିତ କରୁଥିଲେ । ଏହି ପ୍ରତିଯୋଗିତାରେ ରାଜେନ୍ଦ୍ର ସେଠ ରେଫରି କାର୍ଯ୍ୟ ତୁଲାଇଥିବା ବେଳେ ତ୍ରିନାଥ ଚନ୍ଦନ ଓ ଚୈତନ୍ୟ ସାହୁ ଅମ୍ପେୟାର ଭାବେ କାର୍ଯ୍ୟ ତୁଲାଇଥିଲେ । ଏହି ଫୁଟବଲ ପ୍ରତିଯୋଗିତା କମିଟିରେ ଗାଁର ଫକିର ଖମାରୀ ସଭାପତି ଭାବେ, ନେତ୍ରାନନ୍ଦ ନାଗ ସମ୍ପାଦକ ଭାବେ, କିଶୋର କୁମାର ବିଶି କ୍ୟାପଟେନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱରେ ଲୋକନାଥ ନାଏକ, ଲମ୍ବୋଦର ଭୁଏ, ଗଜାନନ ବିଶି, ଭମର ବର୍ଗେ, ଗଦି ଚନ୍ଦନ, ସୁଦାମ ଭୁଏ ସାମିଲ ହୋଇଥିଲେ । ଆଗାମୀ ଦିନରେ ଆହୁରି ସୁନ୍ଦର ଭାବେ ଖେଳ ପ୍ରତିଯୋଗିତା କରିବାକୁ ଫକିର ଖମାରୀ କହିଛନ୍ତି ।

Leave A Reply

Your email address will not be published.

16 + six =