pakka

ଚାଷୀନେତା ଲକ୍ଷ୍ମଣ ପ୍ରଧାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ର ଜଣେ ବରିଷ୍ଠ ଚାଷୀ ସଂଗଠକ ତଥା ସମାଜବାଦୀ ନେତା ଲକ୍ଷ୍ମଣ ପ୍ରଧାନଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗୁରୁବାର ଗୋବିନ୍ଦପାଲି ପଲ୍ଲଭ ପେଲେସଠାରେ ଅନୁଷ୍ଠିତ ହୋଇଯାଇଛି । ସୂଚନାମତେ ଗତ ୧୪ ତାରିଖରେ ମଙ୍ଗଳବାର ଭୋର ସକାଳୁ ତାଙ୍କ ହୃଦଘାତରେ ଦେହାନ୍ତ ହୋଇଥିଲା । ସମାଜବାଦୀ ଚିନ୍ତା ନାୟକ କିଶନ ପଟ୍ଟନାୟକଙ୍କ ଜଣେ ଘନିଷ୍ଠ ସହଯୋଗୀ ଭାବେ ସ୍ୱର୍ଗତ ପ୍ରଧାନ ବେଶ ପରିଚିତ ଥିଲେ । ଚାଷୀମାନଙ୍କ ଧାନ ବିକ୍ରି ସମସ୍ୟା, ଟ୍ରାକଟର ଆନ୍ଦୋଳନ, ସାର ଆନ୍ଦୋଳନରେ ସ୍ୱର୍ଗତ ପ୍ରଧାନ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, କୃଷକ ନେତା ଲିଙ୍ଗରାଜ, ଗୌର ଖମାରୀ, ଏକାଦସିଆ ସାହୁ, ପୂର୍ବତନ ପୌର ଅଧ୍ୟକ୍ଷ ପ୍ରଶାନ୍ତ ବେହେରା, କିଶୋର ମିଶ୍ର, ରମେଶ ପତି, ପବିତ୍ର ଦେହେରି, ଲକ୍ଷ୍ମଣ ସୁନା, ଭବାନୀ ସାହୁ, ଅସିତ ସାହୁ, ଅମିତାବ ପାତ୍ର ଓ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆସନ୍ତା ୨୫ ତାରିଖ ଶନିବାର ଦିନ ସ୍ୱର୍ଗତ ଲକ୍ଷ୍ମଣ ପ୍ରଧାନଙ୍କ ଗଙ୍ଗାଶ୍ରାଦ୍ଧ ନିଜ ଗୋବିନ୍ଦପାଲି ଠାରେ ଅନୁଷ୍ଠିତ ହେବ ।

jay balangir
Leave A Reply

Your email address will not be published.

three × 2 =