pakka

ଜୟନ୍ତୀ ଅବସରରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

bbehera

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବିଜୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଓଡ଼ିଶା ଏବେ ବିକାଶ ପଥରେ ଅଗ୍ରସର ହେଉଛି ବୋଲି ସେ ଟ୍ୱିଟ କରି କହିଛନ୍ତି । ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ବିଜୁବାବୁ ବିକାଶର ବିସ୍ତୃତ ନକ୍ସା ଆଙ୍କିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଆ ଜାତିର ସ୍ୱାଭିମାନ ଓ ଗୌରବ ପାଇଁ ତାଙ୍କର ପ୍ରତିଟି କାମ ଥିଲା ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି । ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶା ଏବେ ଅନେକ କ୍ଷେତ୍ରରେ ଅଗ୍ରଣୀ ହୋଇଛି । ସେହି ବିକାଶ ପୁରୁଷଙ୍କ ଜୟନ୍ତୀରେ ତାଙ୍କ ଅବଦାନକୁ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

jay balangir
Leave A Reply

Your email address will not be published.

five − 2 =