pakka

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ପାଳିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାନ ଜନନାୟକ, ସ୍ଵାଧୀନତା ସଂଗ୍ରାମୀ, ଲୋକପ୍ରିୟ ରାଜନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଅବସରରେ ଡେଲାଙ୍ଗ ହାଟ ବଜାରସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତ୍ତିମୂର୍ତ୍ତିରେ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ସଭ୍ୟ ତଥା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ଡେଲାଙ୍ଗ-କୋଠାବାଡ଼ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଦୀପକ କୁମାର ସାହୁ ପ୍ରମୁଖ ମାଲ୍ୟାର୍ପଣ କରିବା ସହ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ଉତ୍ସବରେ ବିଜେଡିର ବରିଷ୍ଠ ନେତା ନବଘନ ପ୍ରଧାନ, ସାଊରିଆ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଦୁର୍ଯ୍ୟୋଧନ ସାହୁ, ବିଜୟ ଚମ୍ପତି, ଭରତ ସାହୁ, ଦିପୁ ପ୍ରଧାନ ସମେତ ଶତାଧିକ କର୍ମୀ ଓ ଶୁଭେଚ୍ଛୁ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

4 × 4 =