pakka

ପୌର ପରିଷଦ ନିର୍ବାଚନ : ଆଜି ଅଧ୍ୟକ୍ଷା ପଦବୀ ପାଇଁ ଜଣେ ନାମାଙ୍କନପତ୍ର ଦାଖଲ କଲେ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦ ନିର୍ବାଚନ ପାଇଁ ଆଜି ସସ୍ମିତା ଦାସ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ସୁଭେନ୍ଦୁ କୁମାର ସାମଲଙ୍କଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ରାଜ୍ୟରେ ପୌର ପରିଷଦ ନିର୍ବାଚନ ପାଇଁ ଗତ ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିବ । ସେହିପରି ୯ ତାରିଖରେ ଯାଞ୍ଚ, ୧୪ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଓ ଚୂଡାନ୍ତ ତାଲିକା ପ୍ରକାଶିତ ହେବ ।୨୪ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୨୬ ତାରିଖ ଦିନ ଫଳାଫଳ ଘୋଷଣା କରାଯିବ । ବରଗଡ଼ ପୌର ପରିଷଦର ୧୯ଟି ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ଏଥିପାଇଁ ୭୫ଟି ବୁଥରେ ଭୋଟ ଗ୍ରହଣ କରାଯିବ । ଚଳିତ ଥର ବରଗଡ଼ ପୌରାଞ୍ଚଳର ୬୪୪୨୦ ଜଣ ଭୋଟର ଭୋଟଦାନ କରିବେ । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୨୯ଟି କାଉନସିଲର ପଦବୀ ପାଇଁ ଫର୍ମ ବିକ୍ରି ହୋଇଥିବା ବେଳେ ଅଧ୍ୟକ୍ଷ ପଦବୀ ପାଇଁ ୨ଟି ଫର୍ମ ବିକ୍ରି ହୋଇଛି । ଆଜି କେହି ନାମାଙ୍କନପତ୍ର ଦାଖଲ କରିନାହାନ୍ତି ।

jay balangir
Leave A Reply

Your email address will not be published.

14 − 1 =