pakka

ଦିବଂଗତ ସଂଚାର କଳାକାରଙ୍କୁ ଶ୍ରଦ୍ଧାଞ୍ଜଳି : ବିଧବା ପତ୍ନୀଙ୍କୁ ସରକାରୀ ସହାୟତା ଦାବୀ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଭେଉଁରିଆ ଗ୍ରାମର ଜଣାଶୁଣା ସଂଚାର କଳାକାର ମନଭୋଲା ଭୋଇଙ୍କର ଗତ ୧୯ ତାରିଖରେ ଦେହାନ୍ତ ଘଟିଥିଲା । ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଗତ ୨୯ ତାରିଖ ଅପରାହ୍ନରେ, ଗାଆଁର ଗୌନ୍ତିଆ ପ୍ରଦୀପ ସାହୁଙ୍କ ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । କଣ୍ଠଶିଳ୍ପୀ ସୁଧର୍ମା ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶୋକସଭାରେ ସ୍ୱର୍ଗତ କଳାକାରଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିବା ବେଳେ ସଭାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ସଂଚାର ମାନେ ଉପସ୍ଥିତ ରହି ସ୍ୱର୍ଗତ କଳାକାରଙ୍କର ସ୍ମୃତିଚାରଣ କରିଥିଲେ । ଏଥି ସହିତ ମୃତକ କଳାକାର ମାନଙ୍କର ସରକାରୀ ସହାୟତା ବନ୍ଦ କରି ଦିଆ ନଯାଇ ବିଧବା ପତ୍ନୀ ତଥା ପରିବାର ବର୍ଗଙ୍କୁ ପ୍ରଦାନ କରିବା ପାଇଁ ବ୍ଲକ କଳାକାର ସଂଘ ଉପ ସଭାପତି ଅଶ୍ୱନୀ ପଟେଲ ପ୍ରସ୍ତାବ ଦେଇଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ କୈଳାଶ ସାହୁ। ରାଜେନ୍ଦ୍ର ସାହୁ, ମାଧବ ସେଠ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଗଣେଶରାମ ଭୋଇ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

five × 1 =