pakka

ସ୍ୱାୟତ୍ତ ଶାସନ ଦିବସ ପାଳିତ : ପୌର କର୍ମଚାରୀ ପୁରସ୍କୃତ ହେଲେ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର): ବଲାଙ୍ଗିର ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସ୍ୱାୟତ୍ତ ଶାସନ ଦିବସ କୋଭିଡ ଗାଇଡ ଲାଇନ ମଧ୍ୟରେ ପାଳିତ ହୋଇଯାଇଛି । ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ପୌର ପ୍ରଶାସକ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ପୌର ପରିଷଦର ବିଭିନ୍ନ କାର୍ଯ୍ୟବଳୀ ଉପରେ ବକ୍ତବ୍ୟ ରଖିବା ସହ କରୋନା ସମୟରେ ସଫେଇ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗେଇ କାମ କରିବାକୁ ନେଇ ମୁଖ୍ୟ ଅତିଥି ଶ୍ରୀ ରାଣା ପ୍ରଂଶସା କରିଥିଲେ । ସହରରେ ସୌନ୍ଦର୍ଯ୍ୟକରଣ ବୃଦ୍ଧି ହେଉଥିବା ବେଳେ ବିଭିନ୍ନ ପ୍ରକଳ୍ପମାନ ହାତକୁ ନିଆଯାଇଛି । ଏହାକୁ ସଫଳତାର ସହ କାର୍ଯ୍ୟ କରିଥିବା ବେଳେ ଉଠା ଦୋକାନୀମାନଙ୍କୁ ସହରରେ ଥଇଥାନ କରିବା ଜିଲ୍ଲା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ବୋଲି କହିଥିଲେ । ପ୍ରାରମ୍ଭରେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଦୀପ ପୌରାଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ ପୌରପାଳିକାର କୋଭିଡ କର୍ତ୍ତବ୍ୟ ଓ ଦାୟିତ୍ୱ ନେଇ ସୂଚନା ଦେଇଥିଲେ । ଏହି ଅବସରରେ ସଫେଇ କର୍ମଚାରୀମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ପୁରସ୍କୃତ କରାଯାଇଥିଲା । ଇଞ୍ଜିନିୟରରିଂ ବିଭାଗରେ ଇଂ. ରୋଜାଲିସା ରାଉତ, ରାଜସ୍ୱ ଆଦାୟ ପାଇଁ ଶ୍ୱେତ ତ୍ରିପାଠୀ ଓ ସଂଜୟ ନାଗ, ସ୍ୱଚ୍ଛ ସୁପରଭାଇଜର ମାଧୁରୀ, ମରଣୋତ୍ତର ଭାବେ ଦିବଂଗତ ଡ୍ରାଇଭର ରଂଜିତ ପଟେଲଙ୍କ ପରିବାରଙ୍କୁ, ଭକ୍ତ ଦାସ ଓ ଭୀଷ୍ମ ସାହୁଙ୍କୁ କରୋନା କାଳରେ ଯୋଗଦାନ ତଥା କାର୍ଯ୍ୟ ହେତୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ବଲାଙ୍ଗିର ସହରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ସୋମନାଥ ମିଶ୍ର, କର୍ତ୍ତବ୍ୟ ଫାଉଣ୍ଡେସନର କାହ୍ନା ଶତପଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୌର କର୍ମଚାରୀ ବିଜୟ ତ୍ରିପାଠୀ ମଂଚ ପରିଚାଳନା କରିଥିବା ବେଳେ ଜଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ବର୍ଷିଆନ ସାମ୍ବାଦିକ ସତ୍ୟ ନାରାୟଣ ବେହେରା, ବିଷ୍ଣୁ ପ୍ରସାଦ କେଡିଆଙ୍କ ସମେତ ବଲାଙ୍ଗିର ସହରର ବୁଦ୍ଧିଜୀବୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × 2 =