csstore

ବାହାନଗାରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ବାଲେଶ୍ୱର ଜିଲ୍ଲାର ବାହାନଗା ରେଳ ଦୁର୍ଘଟଣାରେ ପ୍ରାୟ ତିନିଶହ ଯାତ୍ରୀ ପ୍ରାଣ ହରାଇବା କେବଳ ଓଡିଶା କାହିଁକି ସମଗ୍ର ବିଶ୍ୱକୁ ମ୍ରିୟମାଣ କରିଦେଇଛି । ଯାହା ପାଇଁ ସାରା ଭାରତ ବର୍ଷ ଏବଂ ବିଶ୍ୱରେ ଶୋକର ଛାୟା ଖେଳିଯାଇଛି । ଏହି ଦୁର୍ଘଟଣାରେ ପ୍ରାଣହାନୀ ଘଟିଥିବା ସ୍ୱର୍ଗୀୟ ଆତ୍ମାମାନଙ୍କର ସଦ୍‌ଗତି ନିମନ୍ତେ ମିରର ଫାଉଣ୍ଡେସନ ଓ ଏକତା ଗୃପ ତରଫରୁ ମହମବତୀ ଶୋଭାଯାତ୍ରା ବାହାରି ସେକ୍ଟର ୨୦ ପାଣିଟାଙ୍କି ଛକଠାରେ ପହଞ୍ଚିଥିଲା । ଅମର ଆତ୍ମାମାନଙ୍କର ସଦ୍‌ଗତି କାମନା କରିବା ସହ, ପ୍ରିୟଜନମାନଙ୍କୁ ହରାଇଥିବା ପରିବାର ବର୍ଗଙ୍କୁ ଏହି ଦୁଃଖଦ ସମୟରେ ସହାୟ ହେବା ପାଇଁ ଭଗବାନଙ୍କ ନିକଟରେ ପ୍ରାଥନା କରିବା ସହ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ସହ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସମସ୍ତ ଆହତ ମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣିମା ମହାନ୍ତି, ଜୋୟା ତ୍ରିପାଠୀ, ବିଜୟ ସୁନ୍ଦରରାୟ, ବିଶ୍ୱଜିତ ରାଉତ, ଦୀପ୍ତି ସୁନ୍ଦରରାୟ, ଅମିତ ମାଇତି ମହାନ୍ତି, ସୌମ୍ୟରଂଜନ ବିଶ୍ୱାଳ, ବିଶାଳ ମହାଳିକ, ସରିତା ଦେବୀ, ରାଜଲକ୍ଷ୍ମୀ ପାତ୍ର, ପ୍ରତିମା ସାହୁ, ରାଜ ନନ୍ଦିନୀ, କାର୍ତ୍ତିକ ରାଉତ, ବନଜା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.