csstore

ସନ୍ଥକବି ଭୀମଭୋଇଙ୍କ ୧୨୭ତମ ଶ୍ରାଦ୍ଧ ଉତ୍ସବ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଶୂନ୍ୟବ୍ରହ୍ମ ଉପାସନାର ପ୍ରମୁଖ ଉପାସକ ତଥା ସନ୍ଥକବି ଭୀମଭୋଇଙ୍କ ୧୨୭ତମ ଶ୍ରାଦ୍ଧ ଦିବସ ସୁବର୍ଣ୍ଣପୁର ଠାରେ ପାଳିତ ହୋଇଯାଇଛି । ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହଠାରେ ଆୟୋଜିତ ଶ୍ରାଦ୍ଧ ଉତ୍ସବରେ କବିଙ୍କ କାଳଜୟୀ ସାହିତ୍ୟ ଓ ମହିମା ଧର୍ମର ଦର୍ଶନ ଉପରେ ଆଲୋଚକମାନେ ଆଲୋକପାତ କରି କବିଙ୍କୁ ଶ୍ରଦ୍ଧାଞଳି ଦେଇଛନ୍ତି । ଓଡିଶା ସାହିତ୍ୟ ଏକାଡେମୀର ସଭ୍ୟ ଡ.ଦେବାଶିଷ ପାଣ୍ଡିଆଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସାରସ୍ୱତ ଶ୍ରାଦ୍ଧ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ବରିଷ୍ଠ ଲେଖକ ତଥା ମହିମା ଧର୍ମର ଗବେଷକ ଗୋରେଖନାଥ ସାହୁ, କବି ଡ.ପୁରୁଷୋତ୍ତମ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶୂନ୍ୟବ୍ରହ୍ମ ଉପାସନା ସହ ମହିମା ଧର୍ମର ସନ୍ତୁଳିତ ଧର୍ମଧାରା ଏବଂ କବିଙ୍କ ସାହିତ୍ୟରେ ଅଦ୍ୱୈତବାଦୀ ଚିନ୍ତା ଚିନ୍ତନ ଉପରେ ବକ୍ତବ୍ୟ ରଖିଥିଲେ । ଜନ୍ମପୀଠ ଜଟେସିଂହା ସହ ଖଲିଆପାଲି ସମାଧିପୀଠ ଏବଂ ଜିଲ୍ଲାର ମହିମା ଆଶ୍ରମଗୁଡିକରେ ମହିମା ଧର୍ମୀ ବାବା ମାତା ଓ ଶ୍ରଦ୍ଧାଳୁଙ୍କ ଦ୍ୱାରା ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଛି । ମହିମା ଧର୍ମର ପ୍ରମୁଖ ଉଦ୍‌ଗାତା ଅମର କବି ଭୀମଭୋଇଙ୍କ ଉଦ୍ଦେଶ୍ୟରେ ସବୁଠି ଶ୍ରଦ୍ଧାଞଳି ଦିଆଯାଇଛି ।

jayashree
Leave A Reply

Your email address will not be published.