pakka

କଦଳୀମୁଣ୍ଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ଜଣ ଗୁରୁତର ଆହତଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ ରୋଡ କଦଳୀମୁଣ୍ଡା ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ୩ ଜଣ ସାଙ୍ଗ ଏକ ବଜାଜ ସିଟି ୧୦୦ ବାଇକ (ଓଡି୦୩ଟି୩୩୯୨) ଯୋଗେ ଟିଟିଲାଗଡ ପଟୁ ବଲାଙ୍ଗିରକୁ ଆସୁଥିବା ବେଳେ କଦଳୀମୁଣ୍ଡା ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା ଫଳରେ ୩ ଜଣ ବାଇକ୍‌ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି । ୩ ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କ ମୁହଁରେ ମଧ୍ୟ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି ।

jay balangir
Leave A Reply

Your email address will not be published.

eighteen + eighteen =