jsm

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ଦିବସ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସହରସ୍ଥିତ ସାମନ୍ତରା ସାହିରେ ରହିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତିଚାରଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ନଗର ଯୁବ ସଭାପତି ସୁଧିର କୁମାର ପାଢ଼ୀଙ୍କ ନେତୃତ୍ୱରେ ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ଏନ୍‌ଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକ, ନଗର ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ଦଣ୍ଡପାଣି ପରିଡ଼ା, ପି. ମୋହନ ରେଡି, ସୁଜାତା ମହାନ୍ତି, ମହାଲକ୍ଷ୍ମୀ ନାୟକ, ସବିତା ବେହେରା, ରିତାଦେବୀ ମହାରଣା, ମଣ୍ଟୁ ରାଉଳ, ମନୋଜ ପ୍ରଧାନ, ମୁନା ପରିଡ଼ା, ବିଭୁ ପଲାଇ, ରାମ ନାହାକ, ଗୋବିନ୍ଦ ଗୌଡ, ବିଭୂତି ପଲାଇ, ସାଧୁ ଗୌଡ, ଅରୁଣ ଗୌଡ, ଗଣେଶ ମହାରଣା ପ୍ରମୁଖ ବିଜେଡି ନେତୃ ମଣ୍ଡଳୀ ଉପସ୍ଥିତ ରହି ମହାନ ଜନନାୟକଙ୍କ ତିରୋଧାନ ଦିବସ ପାଳନରେ ସାମିଲ ହୋଇଥିଲେ ।

yuvodaya
Leave A Reply

Your email address will not be published.