ଶୋଚନୀୟ ହୋଇ ପଡିଛି ପୂର୍ତ୍ତ ବିଭାଗ ରାସ୍ତା

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ମଲିକୁଦ ଛକରୁ ନାରାୟଣପ୍ରସାଦ ପଞ୍ଚାୟତକୁ ସଂଯୋଗ କରିଥିବା ପ୍ରଧାନମନ୍ତ୍ରୀ ରାସ୍ତା ଗତବର୍ଷ ପୂର୍ତ୍ତବିଭାଗ ଦ୍ବାରା ହାତକୁ ନିଆଯାଇଛି । ନୂତନ ଭାବେ ନିର୍ମିତ ହୋଇଥିବା ରାସ୍ତା ବରଗାଁ ପଞ୍ଚାୟତର ତିଲିକାମାଲ ଠାରୁ ସେଲମାପଡା ମଧ୍ୟରେ ଅତି ଶୋଚନୀୟ ହୋଇ ପଡିଛି । ରାସ୍ତାରୁ ପିଚୁ ଦବିଯାଇ ଗର୍ତ୍ତ ସୃଷ୍ଟି ହୋଇଛି ଓ ମେଟାଲ ଦେଖାଯାଉଛି । ବର୍ଷାହେଲେ ରାସ୍ତା ଉପରେ ପାଣି ଜମି ରହୁଛି । ଏହି ରାସ୍ତା ନାରାୟଣପ୍ରସାଦ ଓ ବରଗାଁ ପଞ୍ଚାୟତର ଜନସାଧାରଣ ପାଇଁ ଏକମାତ୍ର ପ୍ରମୁଖ ରାସ୍ତା ଅଟେ । ଏଇ ରାସ୍ତା ଦେଇ ଦୈନିକ ଲୋକ ଯାତାୟତ କରିଥାନ୍ତି । ବିଭାଗୀୟ ଏସଡିଓ ସଚ୍ଚିଦାନନ୍ଦ ସାହୁଙ୍କୁ ପଚାରିବାରୁ ନୂତନ ଭାବେ ପୂତ୍ତବିଭାଗକୁ ଆସିଥିବା ରାସ୍ତାର ଆବଶ୍ୟକୀୟ କାମ ବିଷୟରେ ଉର୍ଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । କରୋନା କଟକଣା ହଟିଲା ପରେ ରାସ୍ତାକାମ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.