pakka

ଦିବ୍ୟସିଂହପୁରରେ ଶୀତଳଷଷ୍ଠୀ ଯାତ୍ରା ନିଆରା ପର୍ବ ସମ୍ପନ୍ନ

l2

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ ପଞ୍ଚାୟତ ଅଧୀନସ୍ଥ ଦିବ୍ୟସିଂହପୁର ଗାଁରେ ଦେବ ଦମ୍ପତି ଶିବ-ପାର୍ବତୀ ବିବାହ ଉତ୍ସବ ଏକ ନିଆରା ପରମ୍ପରା ଭାବେ ପ୍ରଚଳିତ ହୋଇଆସୁଛି । ସବୁଠି ଶୀତଳଷଷ୍ଠୀ ଯାତ୍ରା ପାଳିତ ହେଉଥିବା ଶିବ-ପାର୍ବତୀ ବିବାହର ଗୋଟିଏ ଦିନ ପରେ ଏହି ଗାଁରେ ଏହା ସମ୍ପନ୍ନ ହେଉଥିବାରୁ ଏଠାରେଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । ଶନିବାର ରାତିରେ ସବୁଆଡେ ଦେବ ନବଦମ୍ପତିଙ୍କ ମାହେନ୍ଦ୍ର ବେଳାରେ ବିବାହ ହୋଇଥିଲା । ମାତ୍ର ରବିବାର ଉଦୟ ତିଥିରେ ପାର୍ବତୀ ଓ ଶିବଙ୍କ ବିରାଟ ପଟୁଆରରେ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା । ବରପିତା ଭାବେ ରାଧା ଗୋବିନ୍ଦ ତ୍ରିପାଠୀ ଓ କନ୍ୟା ପିତା ଭାବେ ବାସୁଦେବ ମିଶ୍ରଙ୍କ ପୁଅ ସନ୍ତୋଷ ମିଶ୍ର ଦାୟିତ୍ୱ ତୁଲାଇଥିଲେ । ପୁରୋହିତ ପୁର୍ଣ୍ଣ ଚନ୍ଦ୍ର ଶତପଥୀ ଓ ପିତାମ୍ବର ଶତପଥୀ ଏହି ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ । ସୋମବାର ଭୋର ସମୟରେ ଦେବ ଦମ୍ପତିଙ୍କ ଗାଁ ପରିକ୍ରମା କରାଯାଇଥିଲା । ବେଦ ଧ୍ୱନିରେ ପ୍ରକମ୍ପିତ କାର୍ଯ୍ୟକ୍ରମ ସହ ଗାଁରେ ଦାସକାଠିଆ ପରିବେଷଣ ହୋଇଥିଲା । ଏହି ଉତ୍ସବକୁ ଗାଁ କମିଟି ସଭାପତି ସୁଧାଂଶୁ ଶେଖର ମିଶ୍ର, ସମ୍ପାଦକ ସୁଧାଂଶୁ ଶେଖର ଶତପଥୀ ଦୁର୍ଗା ଚରଣ ଶତପଥୀ, ପ୍ରଫୁଲ୍ଲ କୁମାର ଶତପଥୀ, କୈଳାସ ଶତପଥୀ, ଶରତ ଚନ୍ଦ୍ର ଶତପଥି, ଦଣ୍ଡପାଣି ଶତପଥୀ ପ୍ରମୁଖ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣସହଯୋଗ କରିଥିଲେ ।

pp
Leave A Reply

Your email address will not be published.

14 − 3 =