pakka

ଗଞ୍ଜାମ ଜିଲ୍ଲାର ବରିଷ୍ଠ ଆଇନଜ୍ଞଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ବାସିନ୍ଦା ବରିଷ୍ଠ ଆଇନଜ୍ଞ ଅମରେଶ ପ୍ରସାଦ ମିଶ୍ର(୮୭)ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଦତ୍ତପୁତ୍ର ରାଜେନ୍ଦ୍ର ଦାଶ୍, ପାଞ୍ଚ କନ୍ୟା ଓ ପତ୍ନୀ ଥିଲେ । ସେ ଦୀର୍ଘଦିନ ଧରି ଅସୁସ୍ଥତା ଭିତରେ ଗତି କରି ଆସି ବ୍ରହ୍ମପୁର ବଡ଼ ମେଡ଼ିକାଲରେ ରବିବାର ସନ୍ଧ୍ୟା ୭ଘଣ୍ଟା ୩୦ ମିନିଟ୍‌ରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ । ଜୀଵନର ଶେଷ ପର୍ଯ୍ୟନ୍ତ ସେ ସାହିତ୍ୟ, କଳା, ସଂସ୍କୃତି, ଶିକ୍ଷା ଓ ସମାଜର ହିତ ସାଧନରେ ବ୍ରତୀ ହୋଇଥିଲେ । ଉତ୍କଳ ସମ୍ମିଳନୀର ସଭାପତି, ଛତ୍ରପୁରର ଅଗ୍ରଣୀ, ସରକାରୀ ପଞ୍ଜିକୃତ ଛତ୍ରପୁର ସାହିତ୍ୟ ସଂସଦର ସଭାପତି, ଛତ୍ରପୁର ବାରଏସୋସିଏସନ୍‌, ନାଗରିକ କମିଟିର ଅଧ୍ୟକ୍ଷ, ଆଦି ବିଭିନ୍ନ ସାମାଜିକ ସଂଗଠନର କର୍ଣ୍ଣଧାର ଥିଲେ । ଗଞ୍ଜାମ ଜିଲ୍ଲାର ସେ ବହୁମୁଖୀ ପ୍ରତିଭାର ଅଧିକାରୀ ଏବଂ ବିଭିନ୍ନ ସଂଗଠନ ସହ ଜଡିତ ରହିଆସିଥିଲେ । ତାହାଙ୍କ ପରଲୋକରେ ସମଗ୍ର ଗଞ୍ଜାମ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଗଞ୍ଜାମ ଜିଲ୍ଲା ଜଣେ ବରିଷ୍ଠ ନେତ୍ତୃତ୍ୱକୁ ହରାଇଛି ବୋଲି ଗଣନା କରାଯାଇଛି । ଏକଥା ଜିଲ୍ଲାର ସବୁଆଡେ ଚର୍ଚ୍ଚା ଓ ଆଲୋଚନା ସହ ବିଭିନ୍ନ ସ୍ଥାନରେ ଶୋକସଭା କରାଯାଇଛି, ତାଙ୍କରି ଅମର ଆତ୍ମାଙ୍କ ସଦ୍‌ଗତି ନିମନ୍ତେ ଈଶ୍ୱରଙ୍କ ଠାରେ କାମନା କରାଯାଇଛି । ଛତ୍ରପୁର ବାରଏସୋସିଏସନ୍‌ କାର୍ଯ୍ୟାଳୟରେ ବାର-ସଭାପତି ପ୍ରଦୀପ ପାଢ଼ୀଙ୍କ ସଭାପତିତ୍ତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ସାହିତ୍ୟିକ ବ୍ରଜମୋହନ ଆଚାର୍ୟ୍ୟ, ବିଶିଷ୍ଟ ଜ୍ୟୋତିଷ ବିଶାରଦ ଡ଼ଃ.ପ୍ରମୋଦକୁମାର ପାତ୍ର, ବରିଷ୍ଠ ଆଇନଜୀବୀ କୃଷ୍ଣଚନ୍ଦ୍ରମିଶ୍ର, ଗୋକୁଳଚନ୍ଦ୍ର ପଣ୍ଡା, ଆଦିତ୍ୟ ମିଶ୍ର, ସୂର୍ଯ୍ୟନାରାୟଣ ସାମନ୍ତରାୟ, ମନୋଜ ପାଢ଼ୀ ପ୍ରମୁଖ ଶତାଧିକ ଓକିଲ ତାଙ୍କରି ଆଦର୍ଶତାକୁ ପ୍ରତିପାଦନ କରି ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

six + fourteen =