jayashree

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଆୟୋଜିତ ହୋଇଛି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର । ଏହି ଶିବିରରେ ରକ୍ତଦାନର ଗୁରୁତ୍ୱ ଓ ଆବଶ୍ୟକତା ନେଇ ସଚେତନତା ସୃଷ୍ଟି କରାଯାଇଥିଲା । ଶିବିରରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ବରରୁଚିଙ୍କ ସମେତ ଡାକ୍ତର ପ୍ରିୟଦର୍ଶିନୀ, ସଭାପତି ସୂରଜ ବିଶ୍ୱାଳ ଏବଂ ଏସ୍‌ଏସ୍‌ଜି ସେକ୍ରେଟାରୀ ସୁଲଭ ଯାଦବ ଉପସ୍ଥିତ ଥିଲେ । ଏହି ଅବସରରେ ବହୁ ଡାକ୍ତରୀ ଛାତ୍ରଛାତ୍ରୀ ମାନେ ଉତ୍ସାହର ସହ ରକ୍ତଦାନ କରିଥିଲେ । ରକ୍ତଦାନ ମାଧ୍ୟମରେ ଆବଶ୍ୟକ ସମୟରେ ଅନେକ ଜୀବନ ବଞ୍ଚାଇହେବ ବୋଲି ଅତିଥିମାନେ କହିଥିଲେ ।

Leave A Reply

Your email address will not be published.