csstore

କୁଶମେଲରେ ରକ୍ତଦାନ ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶମେଲ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ବିଶ୍ୱ ରକ୍ତଦାନ ଦିବସ ପାଇଁ ସପ୍ତାହ ବ୍ୟାପି ଚାଲିଥିବା ରକ୍ତଦାନ ଶିବିର ଅବସରରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ୩୪ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ବରିହା, ଲୋଇସିଂହା ବ୍ଲକ ବିଜୁ ମହିଳା ଜନତା ଦଳ ସଭାପତି ତଥା ବାନିପାଲି ସମିତି ସଭ୍ୟା ଜ୍ୟୋତ୍ସ୍ନାମୟୀ ନାଗ, କୁଶମେଲ ସରପଞ୍ଚ କୌସ୍ତୁଭ ସାହୁ, ଲୋଇସିଂହା ବ୍ଲକ ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ଜୟଦେବ ବାରିକ, ମହାଦେବ ବିଶ୍ୱାଳଙ୍କ ସମେତ କୁଶମେଲ ପଂଚାୟତର ବିଜୁ ଜନତା ଦଳର ଅନେକ କର୍ମକର୍ତ୍ତା ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ମୋଟ ୩୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଦେବରାଜ ସେଠ, ଜ୍ଞାନରଞ୍ଜନ ସିଂ, ମୁକେଶ ପଧାନ, ରାହାଂଶ ପଧାନ, ଗୌତମ ସାହୁ ପ୍ରମୁଖ ସହାୟତା କରିଥିଲେ ।

jayashree
Leave A Reply

Your email address will not be published.