jsm

ବିଭିନ୍ନ ଆଇନ ସମ୍ବନ୍ଧୀୟ ସଚେତନତା ଶିବିର

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ଜଜ୍‌ ତଥା ବଲାଙ୍ଗିର ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ସ୍ଥିତ ବିକ‌ଳ୍ପ ସମାଧାନ କେନ୍ଦ୍ର ସଭାଗୃହରେ ପ୍ରାଧିକରଣର ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍‌ ଲାଇନ୍‌ ମାଧ୍ୟମରେ ବିଭିନ୍ନ ଆଇନ ଧାରା ସମ୍ବନ୍ଧରେ ଆଲୋଚନା ନିମନ୍ତେ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏସ୍‌ଡିଜେଏମ୍‌ କୈଳାଶ ସାହୁ ଏବଂ ସିଭିଲ୍‌ ଜଜ୍‌ କମ୍‌ ଜେଏମ୍ଏଫ୍‌ସି ଶ୍ରୀମତୀ ସସ୍ମିତା ତ୍ରିପାଠୀ ଯୋଗ ଦେଇ ବିଭିନ୍ନ ଆଇନର ଧାରା, ଯେପରିକି ସିଆର୍‌ପିସି, ପିଆର୍‌, ଆଇପିସି ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଏହାପରେ ସଚିବ ପ୍ରାଧିକରଣ ଦ୍ୱାରା ପ୍ରଚଳିତ ମାଗଣା ଆଇନ ସେବା ପୀଡ଼ିତା ସହାୟତା ରାଶି, ବିକଳ୍ପ ସମାଧାନ ଆଦି ସଂପର୍କରେ ଆଲୋଚନା କରିବା ସହିତ କରୋନା ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।

yuvodaya
Leave A Reply

Your email address will not be published.