
ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ରାଜ୍ୟସ୍ତରୀୟ ସାଂସ୍କୃତିକ ଅନୁଷ୍ଠାନ ସୁଧାର ମିଳିତ ସହଯୋଗରେ ଡେଲାଙ୍ଗ ବ୍ଳକର ମହତାବ, ରାଧାକାନ୍ତ, ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ସର୍ବପଲ୍ଲୀ ବିଦ୍ୟାପୀଠ, ପୁରୁଷୋତ୍ତମପୁର ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ବେରବୋଇ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଓଡିଶୀ ନୃତ୍ୟ ଅଭିନୟ ଓ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସୁଧାର ଓଡିଶୀ କଳାକାରମାନେ ଓଡିଶୀ ନୃତ୍ୟ ଓ ଅଭିନୟ ମାଧ୍ୟମରେ ଆମ ସଂସ୍କୃତି ଆମ ପରମ୍ପରା ଓ ଶାସ୍ତ୍ରୀୟ ପାରମ୍ପାରିକ କୌଶଳ ବିଷୟରେ ଏହି ପ୍ରଶିକ୍ଷଣ ଦେଇଥିଲେ । ମଙ୍ଗଳାଚରଣ, ବଟୁନୃତ୍ୟ, ପଲ୍ଲବୀ, ଅଭିନୟ, ମୋକ୍ଷ ସମ୍ବନ୍ଧରେ ଓଡିଶୀ ନୃତ୍ୟ ଭାବର ରସକୁ ଅତି ନିକ୍ଷୁଣ ଭାବେ ପ୍ରଶିକ୍ଷିତ କରାଇଥିଲେ । ଓଡିଶୀ ମାଧ୍ୟମରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକମାନଙ୍କ ମଧ୍ୟରେ ସାଂପ୍ରଦାୟିକ ସଦ୍ ଭାବନା, ରାଷ୍ଟ୍ରିୟ ଏକତା, ଅଖଣ୍ଡତା, ସୌରଂର୍ଦ୍ଧ, ଶାନ୍ତି, ସ୍ନେହର ଭାବ ସୃଷ୍ଟି କରିବାର ଅଭିନୟ ପ୍ରଶିକ୍ଷଣ ଓ ନୃତ୍ୟ କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ରହିଥିବା କହିଛନ୍ତି । ଏହି ଓଡିଶୀ ନୃତ୍ୟ କର୍ମଶାଳାକୁ ସୁଧା ଅନୁଷ୍ଠାନର ଅଧ୍ୟକ୍ଷ ସଞ୍ଜୟ କୁମାର ମିଶ୍ର ପରିଚାଳନା କରିଥିଲେ ।