
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୨୦ ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ତରଫରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ମୁଖ୍ୟ ପରିଚାଳିକା ଭଗବତୀ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରରେ ସତ୍ୟବନ୍ତ ସାଲମା ପ୍ରାୟ ୫୦ ଜଣ ବ୍ୟକ୍ତିଙ୍କ ବ୍ଲଡ଼ ପ୍ରେସର, ମଧୁମେହ, ବିଏମ୍ଆଇ, ବଡିଫ୍ୟାଟ୍, ୱାଟର ଲେବୁଲ, ମସଲ ମାସ, ବୋନମାସ ଆଦି ପରୀକ୍ଷା କରିଥିବା ବେଳେ ଚର୍ବି ଓ ଖାଦ୍ୟ ନିୟନ୍ତ୍ରଣ ସମ୍ପର୍କରେ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡଃ. ସୁମନ ଦତ୍ତ, ସସ୍ମିତା ପ୍ରଧାନ, ପ୍ରକାଶ ମହାପାତ୍ର, ମଳୟ କୁମାର ନାଗ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ଭଗବତୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।