csstore

ଉତ୍ତମ ମାନର ଛତୁଆ ଯୋଗାଉଛନ୍ତି ଶ୍ରୀ ଶ୍ରୀ ଲଷ୍ମୀ ମା’ ଏସ୍‌ଏଚ୍‌ଜି ଦଳ : ୩୦ ପରିବାରଙ୍କୁ ମିଳୁଛି ରୋଜଗାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ପକ୍ଷରୁ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦେଇଥିବା ବେଳେ ଅନେକ ଏସ୍‌ଏଚ୍‌ଜି ଦଳ ଛୁତୁଆ ପ୍ରସ୍ତୁତି କରି ରୋଜଗାର ପାଇ ପାରିବା ସହ ସ୍ୱାବଲମ୍ବୀ ମଧ୍ୟ ହେଇ ପାରୁଛନ୍ତି । ତେବେ ଉତ୍ତମ ମାନର ଛତୁଆ ନିର୍ମାଣ ଏବେ ଚର୍ଚ୍ଚାରେ ସଇଁନ୍ତଲା ବ୍ଳକର ଶ୍ରୀ ଶ୍ରୀ ଲଷ୍ମୀ ମା’ ଏସ୍‌ଏଚ୍‌ଜି ଦଳ । ଦାଦନ ଗଡ଼ର ୩୦ରୁ ଅଧିକ ପରିବାର ଲୋକଙ୍କୁ ରୋଜଗାର ଦେଇ ଏବେ ଲୋକଙ୍କ ପାଇଁ ସାହା ଭରସା ପାଲଟିଛନ୍ତି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଥିବା ଶ୍ରୀ ଶ୍ରୀ ଲଷ୍ମୀ ମା’ ଏସ୍‌ଏଚ୍‌ଜି । ଲୋକେ କାମ ଧନ୍ଦା ନ ପାଇ ପାରିବାରୁ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଥିବା ବେଳେ ବର୍ତ୍ତମାନ ଛତୁଆ ନିର୍ମାଣ କାର୍ଯ୍ୟରେ ସାମିଲ ହୋଇ ରୋଜଗାର ପାଇ ପାରୁଥିବା ବେଳେ ବେଶ ପ୍ରଶଂସା ମଧ୍ୟ ସାଉଟୁଛନ୍ତି । ସୂଚନାଯୋଗ୍ୟ ଯେ, ସଇଁନ୍ତଲା ଆଇଡିଏସ୍‌ ବିଭାଗର ୪ଟି ସେଣ୍ଟର ରହିଛି ସେଗୁଡିକ ହେଲା କରମତଲା, ଟିକ୍ରାପଡ଼ା, ସଇଁନ୍ତଲା ଓ କନ୍ଦକେଲଗାଁ । ଏହି ସେଣ୍ଟର ଅଧିନରେ ୯୫ଟି ଅଙ୍ଗନବାଡି କେନ୍ଦ୍ରଗୁଡିକୁ ପ୍ରସୂତି, ଗର୍ଭବତୀ ଓ ଛ’ମାସରୁ ତିନି ବର୍ଷ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କରୁଛି ଶ୍ରୀ ଶ୍ରୀ ମା’ ଲଷ୍ମୀ ଗୋଷ୍ଠୀ ଦଳ । ଉକ୍ତ ଗୋଷ୍ଠୀର ଦଳ ଛୁତୁଆ ପ୍ରସ୍ତୁତ କରି ଯୋଗାଉ ଥିବା ବେଳେ ଉତ୍ତମ ମାନର ଛତୁଆ ସାଙ୍ଗକୁ ପକେଟର ମାପ ମଧ୍ୟ ଠିକ ଥିବା ଦେଖିବାକୁ ମିଳିଛି । ତେବେ ସରକାରଙ୍କ ନିର୍ଦ୍ଦେଶ କ୍ରମରେ ବିଭିନ୍ନ ପ୍ରକାରର ଯଥା ସୁଜି ହାଲୁଆ, ବାଦାମ ଲଡୁ ଭଳି ଅନେକ ଦ୍ରବ୍ୟ ତିଆରି କରାଯାଇଥାଏ ।ପ୍ରଶାସନ ଉପସ୍ଥିତରେ ଉତ୍ତମ ମାନରେ ନିର୍ମାଣ କରିବା ସହ ୫୦ରୁ ଅଧିକ ପରିବାରର ସଦସ୍ୟଙ୍କୁ ରୋଜଗାର ଯୋଗାଇଥିବା ବେଳେ ମହିଳା ମାନେ ସ୍ୱାବଲମ୍ବୀ ମଧ୍ୟ ହୋଇ ପାରିଛନ୍ତି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ବେଶ ପ୍ରସଂଶା ମଧ୍ୟ ଦେଖାଦେଇଛି ।

jayashree
Leave A Reply

Your email address will not be published.