pakka

ସାଇବର ଥାନା ପୋଲିସ ଦ୍ୱାରା ସନ୍ତୋଷ ଭୋଳ ଗିରଫ ନେଇ ଏସ୍‌ଡିପିଓଙ୍କ ସୂଚନା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଜଣାଶୁଣା ବ୍ୟକ୍ତି ସନ୍ତୋଷ ଭୋଳ ଆଜି ସାଇବର ପୋଲିସ ଦ୍ୱାରା ଗିରଫ ହୋଇଥିବା ନେଇ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ଏସ୍‌ଡିପିଓଙ୍କ ସୂଚନା ଅନୁସାରେ, ସନ୍ତୋଷ ବିରମୁଣ୍ଡା ଠାରେ ଥିବା ଲୋଇସିଂହା ଅଂଚଳର କିଛି ଲୋକମାନଙ୍କଠୁ ଚାକିରି କରାଇଦେବି କହି ୫,୪୯,୦୦୦ଟଙ୍କା ଆଣିଥିବା ବେଳେ ଏହାକୁ ନେଇ ସାଇବର ପୋଲିସ ଠାରେ ଠକେଇର ଶିକାର ହୋଇଥିବା ଯୁବକମାନେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ସାଇବର ପୋଲିସ କେସ ନଂ. ୬୫/ ୨୦୨୨, ୟୁଏସ୍‌ ୪୨୦/ ୫୦୬ ଆଇପିସିରେ ଏକ ମାମାଲା ରୁଜୁ କରି ଆଜି ତାଙ୍କୁ ଗିରଫ କରିଥିବା ନେଇ ଏସ୍‌ଡିପିଓ ଶ୍ରୀ ବାଗ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ।

jay balangir
Leave A Reply

Your email address will not be published.

fourteen + twelve =