pakka

ସ୍କାଉଟ୍ ଆଣ୍ଡ ଗାଇଡ୍‌ର ଜାତୀୟ ସଂହତି ଶିବିରର ଦ୍ୱିତୀୟ ଦିବସ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଶିକ୍ଷା ଜିଲ୍ଲାର ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍‌ର ଜାତୀୟ ସଂହତି ଶିବିରର ଦ୍ବିତୀୟ ଦିନରେ ବିଶ୍ରା ବ୍ଳକ ଶିକ୍ଷାଧିକାରୀ ପ୍ରଜ୍ଞାପରିମିତା ଜେନାଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ସଂପାଦକ ସନ୍ତୋଷ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ କ୍ୟାମ୍ପ ଫାୟାର କାର୍ଯ୍ୟକ୍ରମରେ ସାମ୍ବାଦିକ ସତ୍ୟାନନ୍ଦ ବେହେରା ଓ ନରହରି ଦାସ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ନୈତିକତା, ମୂଲ୍ୟବୋଧ, ସଂସ୍କାର ସଂପର୍କରେ ଆଲୋଚନା କରିଥିଲେ । ଶୀର୍ଷ ସ୍ଥାନରେ ଥାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । ଏଥିପାଇଁ ଶ୍ରୀ ବେହେରା ଓ ଶ୍ରୀ ଦାସ କେରଳ ମୁଖ୍ୟମନ୍ତ୍ରୀ ଓ ବାରିପଦାର ଜୈନେକ ଅଧ୍ୟାପକଙ୍କ ଉଦାହରଣ ଦେଇଥିଲେ । ଅଭୟ କୁମାର ବିଶ୍ବାଳ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲା ବେଳେ ଜିଲ୍ଲା ସଂପାଦକ ଶ୍ରୀ ନାୟକ ଅତିଥି ପରିଚୟ ସହ ସ୍ବାଗତ ଭାଷଣ, ସ୍କାଉଟ୍ କମିଶନର ବ୍ରଜେନ୍ଦ୍ର ଦାଶ ଓ କୋଷାଧ୍ୟକ୍ଷ ଗୌରାଙ୍ଗ ଚରଣ ପାହାଡି ଜାତୀୟ ସଂହତି ଶିବିରର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ । ସଭାପତିତ୍ୱ ଅଭିଭାଷଣରେ ଶ୍ରୀମତୀ ଜେନା ତାଙ୍କ ବକ୍ତବ୍ୟରେ ଜୀବନର ଯାବତୀୟ ଝଡଝଞ୍ଜା ମଧ୍ୟରେ ସେବା ମନୋଭାବ ନେଇ କିପରି ଜଣେ ଉତ୍ସର୍ଗୀକୃତ ଭଲ ମଣିଷ ହୋଇପାରିବ ସେ ସଂପର୍କରେ ମତରଖିଥିଲେ । ସ୍କାଉଟ୍ ଆଣ୍ଡ ଗାଇଡ୍ ସହ ସମ୍ପାଦକ ରମାକାନ୍ତ ମଲ୍ଲିକ ମଂଚାସୀନ ଥିବା ବେଳେ ଉପଦେଷ୍ଟା ପ୍ରଶାନ୍ତ କୁମାର ପତି ଧନ୍ୟବାଦ ଦେଇଥିଲେ । ପୂର୍ବରୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକୃତା, ରଙ୍ଗୋଲି, ଗାଁ ହାଟ ଓ ଶାରିରୀକ ପ୍ରଦର୍ଶନ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ବିଚାରକ ଭାବେ ରମାକାନ୍ତ ମଲ୍ଲିକ, ପ୍ରଶାନ୍ତ କୁମାର ପତି, ପଞ୍ଚାନନ ଦାଶ, ଶ୍ୟାମପଦ ପଣ୍ଡା, ଏମ୍‌ଡି ଇନାମ ଖାନ୍‌, କୁଂଜବିହାରୀ ରାଉତ ପ୍ରମୁଖ ଦାୟିତ୍ବ ତୁଲାଇଥିଲେ । ସର୍ବଶ୍ରୀ ହିମାଦ୍ରୀ ମହନ୍ତ, ଶିଶିର କୁମାର ପାଣି, ହୃଷିକେଶ ନାୟକ, ସୁଜିତ ତନ୍ତୀ, ସୁଶାନ୍ତ ବିଶ୍ବାଳ, ପିଟର ଏକ୍କା, ମଞ୍ଜୁ ମୁଖାର୍ଜୀ, ବିଦ୍ୟାଧର ସେଠୀ, ଅଜୟ କୁମାର ରାଉତ, ନିରଞ୍ଜନ ମଲ୍ଲିକ, ଶ୍ରୀବତ୍ସ ସାମଲ, ସୁସ୍ମିତା ମହାପାତ୍ର, ମେରୀ ସାହୁ, ଲକ୍ଷ୍ମୀ ସାହୁ, ସୁଜାତା ଦାସ, ସୁଜାତା ମହାନ୍ତି, ମୋହିନୀ କୁମାରୀ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

11 − one =