
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଛକ ଠାରେ ବଲାଙ୍ଗିର ପଟୁ ଆସୁଥିବା ଏକ ଆର୍ଟିକା ଗାଡ଼ି ଧକ୍କାରେ ଜଡାମୁଣ୍ଡାର ଜଣଙ୍କର ଜୀବନ ଯାଇଛି । ମୃତକ ଜଣକ ସୁଦାମ ସୁନ୍ଦର ବ୍ରାଇଟ(୭୦) ବୋଲି ଜଣାପଡ଼ିଛି । ସୁଦାମ ନିଜର ସ୍କୁଟି ଧରି ୨୬ ନଂ ଜାତୀୟ ରାଜପଥ ରାସ୍ତାପାଖରେ ଛିଡ଼ା ହୋଇଥିବା ବେଳେ ବଲାଙ୍ଗିରରୁ ଆସୁଥିବା ଏକ ମାରୁତି ଆର୍ଟିକା ତାଙ୍କୁ ଧକ୍କା ଦେବାରୁ ସେ ଛିଟିକି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ସୁଦାମଙ୍କୁ ପ୍ରଥମେ ଲୋଇସିଂହା ଓ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବୁର୍ଲାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଉଭୟ ଗାଡ଼ିକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି ।