କ୍ଷତିଗ୍ରସ୍ତ ଜମାକାରୀଙ୍କ ସତ୍ୟାଗ୍ରହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁମ୍ଭାରୀ ଗ୍ରାମ ପଂଚାୟତ ଅନ୍ତର୍ଗତ ଡୁମେରମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ନିକଟରେ ଏବଂ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀ ମିଳିତ ମଂଚ ଏଏସ୍‌କେଏମ୍‌ଏମ୍‌ ତରଫରୁ ପଂଚାୟତର କ୍ଷତିଗ୍ରସ୍ତ ଜମାକାରୀମାନଙ୍କର ଏକ ସତ୍ୟାଗ୍ରହ ଅନୁଷ୍ଠିତ ହୋଇ ଯାଇଅଛି ।

ମଂଚର ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ବିଭୁଦତ୍ତ ମିଶ୍ର ଏହି ସତ୍ୟାଗ୍ରହରେ ଯୋଗଦେଇ ଜମା ଟଙ୍କା ଫେରସ୍ତ ପ୍ରକ୍ରିୟାରେ ସରକାରଙ୍କ ଟାଲଟୁଳ ନୀତିର ତୀକ୍ଷଣ ସମାଲୋଚନା କରି ଯୁଦ୍ଧକାଳୀନ ଭିତ୍ତିରେ ଜମାକାରୀଙ୍କୁ ଚିହ୍ନଟ ଓ ଜମା ଟଙ୍କା ଫେରସ୍ତ ପାଇଁ ଦୃଢ ଦାବୀ ଜଣାଇଥିଲେ । ଜିଲ୍ଲା ଯୁଗ୍ମ ଆବାହକ ଲଳିତ ଦୀପ ଜମାକାରୀମାନଙ୍କୁ ଏକ ହୋଇ ହକ୍‌ର ଲଢେଇ ଲଢ଼ିବା ପାଇଁ ତଥା କର୍ପସ ଫଣ୍ଡରୁ ପଇସା ଦେବା ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ ସକାଶେ ଜମାକାରୀଙ୍କୁ ଆହ୍ୱାନ ଜଣାଇଥିଲେ । ସମସ୍ତ କୋଭିଡ୍‌ ନିୟମ ମାନି ଏହି ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିବା ବେଳେ ସରପଂଚ ମନୋଜ କଠାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡମନ ବାଗ, ହରିବନ୍ଧୁ ବଗର୍ତ୍ତି, ମାୟାଧର ବାଗ, ରାଜୁ ଭୋଇ, ତେଜରାଜ ନାଗ, ଉମେଶ ପୋଡ, ଗୁଲାପି ବାଗ, ସେବତି ମହାକୁର, ଡୁଲେଶ୍ୱର ହେର୍ଣ୍ଣା, ହରେକୃଷ୍ଣ ଷାଣ୍ଢ ପ୍ରମୁଖ ଏହି ସତ୍ୟାଗ୍ରହରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.